Saturday, May 18, 2024
29.9 C
Odisha

    ଆଦିବାସୀ ମେଳା ଉଦ୍‌ଘାଟିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୧୧ଦିବସୀୟ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆଜି ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ମେଳା ଆଗାମୀ ଫେବ୍ରୁଆରି ୫ ତାରିଖ ଯାଏଁ ଜାରି ରହିବ।
    ଆଦିବାସୀମାନଙ୍କର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ବିଶ୍ବ ଦରବାରରେ ପରିଚିତ କରାଇବା ସହିତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିପଣନ କରାଇବା ହେଉଛି ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଏଠାରେ ମୋଟ ୧୦୯ଟି ଷ୍ଟଲ୍‌ରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ବ୍ୟବସ୍ଥା କରାଯାଇଛି। ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ଘରର ମଡେଲ ଏହି ମେଳାର ଅନ୍ୟତମ ଆକର୍ଷଣ। ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିକ୍ରି ବ୍ୟବସ୍ଥା କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ହେଉଛି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେମାନଙ୍କ ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରୁଛନ୍ତି । କିଛି ଷ୍ଟଲ୍‌ ଅଣୁପ୍ରକଳ୍ପ ଅଧୀନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆବଣ୍ଟିତ ହୋଇଛି। ଓଏଫ୍‌ଏସ୍‌ଡିଏସ୍‌, ମିସନ ଶକ୍ତି, ଓର୍‌ମାସ୍‌, ମିଲେଟ୍‌ ମିସନ, ହସ୍ତତନ୍ତ ଓ ବୟନ, ହସ୍ତଶିଳ୍ପ ତଥା ଯୋଜନା ଓ ସଂଯୋଜନ ବିଭାଗ କିଛି ଷ୍ଟଲ୍‌ରେ ତାଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ତଥା ସୂଚନା ପ୍ରଦାନ କରୁଛନ୍ତି। ମେଳାରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    46 %
    0.7kmh
    100 %
    Sat
    32 °
    Sun
    40 °
    Mon
    42 °
    Tue
    42 °
    Wed
    40 °

    ସମ୍ବନ୍ଧିତ