Sunday, October 11, 2026
29.5 C
Odisha

    ୭ ଜଣ ଆପ୍‌ ବିଧାୟକଙ୍କୁ ୨୫ କୋଟି ଟଙ୍କା ଦେଇ ନିଜ ଦଳକୁ ନେବାକୁ ଚାହୁଁଛି ବିଜେପି: କେଜ୍ରିୱାଲ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିଜେପି ତାଙ୍କ ଦଳର (ଆମ୍‌ ଆଦ୍‌ମୀ ପାର୍ଟି ବା ଆପ୍‌)ର ୭ ଜଣ ବିଧ୍ୟାୟକଙ୍କୁ ନିଜ ଦଳକୁ ନେବାକୁ ଚାହୁଁଛି।କେବଳ ସେତିକି ନୁହେଁ, ବିଧାୟକମାନଙ୍କୁ ଦଳ ପରିବର୍ତ୍ତନ କରିବାକୁ ବିଜେପି ୨୫ କୋଟି ଟଙ୍କା ଯଚିଥିବା ବି ଅଭିଯୋଗ କରିଛନ୍ତି କେଜ୍ରିୱାଲ୍‌। ତାଙ୍କ କହିବା ମୁତାବକ, ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଧମକ ଦେଇ ବିଜେପି ପ୍ରଥମେ ୨୧ ଜଣ ବିଧାୟକଙ୍କୁ ଦଳ ପରିବର୍ତ୍ତନ ପ୍ରସ୍ତାବ ଦେଇଥିଲା। ଏବେ ୭ ଜଣଙ୍କୁ ଟଙ୍କା ବି ଯାଚିସାରିଛି।

    ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ବରମ୍ବାର ସମନ ଜାରି କରି ଚାଲିଛି ଇଡି। ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜାରି କରିଥିବା ସମନ୍‌ ବେଆଇନ୍‌ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ପୂର୍ବରୁ ତାହାକୁ ଏଡ଼େଇ ଆସିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ