Monday, October 5, 2026
23.3 C
Odisha

    ପିକନିକ ଯିବାବେଳେ ଦୁର୍ଘଟଣା: ୩ ଛାତ୍ରୀଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    ଦଶପଲ୍ଲା: ପିକନିକ ଯିବାବେଳେ ବସକୁ ଧକ୍କା ଦେଲା ଟ୍ରକ | ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଵାରପୁରିକିଆ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ “ଦେଵୀସ୍ ଟ୍ୟାଲେଣ୍ଟ ଟ୍ୟୁଟୋରିଆଲ” ନାମକ ଏକ ଅନୁଷ୍ଠାନ ତାର ଅନ୍ତେବାସୀମାନଙ୍କୁ ନେଇ ହରିଶଙ୍କର ଅଭିମୁଖେ ଯାଉଥିବା ଵେଳେ ସାମନା ପଟୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍ ଧକ୍କାରେ ଘଟଣାସ୍ଥଳରେ ୨ଜଣ ଏଵଂ ପରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବିଳମ୍ବିତ ରାତ୍ରିରେ ଘଟିଥିବା ଏହି ଘଟଣା ଦଶପଲ୍ଲା ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକ ମାନେ ହେଲେ ଅମ୍ରିତା ସାହୁ, ଚିନ୍ମୟୀ ପ୍ରିୟଦର୍ଶିନୀ ଓ ଲୋପାମୁଦ୍ରା ପ୍ରଧାନ | ଘଟଣା ସଂପର୍କରେ ଖବର ପାଇ ବିଧାୟକ ରମେଶ ବେହେରା, ନୟାଗଡ଼ ଏସ୍ ପି ରାହୁଲ ଜୈନ୍, ଏସଡିପିଓ ସ୍ନେହାଶିଷ ସାହୁ, ଦଶପଲ୍ଲା ଆଇଆଇସି ମୁକେଶ ଵେହେରା, ନୂଆଗାଁ ଆଇଆଇସି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରି ଦେଇଛନ୍ତି। ପୁଲିସ ଉଭୟ ଗାଡିକୁ ଜବତ୍ କରି ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ