Sunday, October 11, 2026
29.5 C
Odisha

    ୧୫ ମାସ ହେବ ଭାରତରେ ନାହାନ୍ତି ଚୀନ୍‌ ରାଷ୍ଟ୍ରଦୂତ; ନୂଆ ରାଷ୍ଟ୍ରଦୂତ ନିଯୁକ୍ତି କରିପାରେ ଚୀନ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୧୫ ମାସ ହେବ ଭାରତରେ ଚୀନ୍‌ର କୌଣସି ରାଷ୍ଟ୍ରଦୂତ ନ ଥିବା ବେଳେ ଜଣେ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତ କରିବା ଲାଗି ଚୀନ୍‌ ଏବେ ପ୍ରସ୍ତୁତି ଚଳାଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।ସୂଚନାଯୋଗ୍ୟ, ପୂର୍ବ ଲଦାଖରେ ସୀମା ସମସ୍ୟା, ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ଏବଂ ଉତ୍ତେଜନା ହ୍ରାସ ପ୍ରକ୍ରିୟାରେ ବିଳମ୍ବ ହେଉଥିବା କାରଣରୁ ସମ୍ଭବତଃ ଚୀନ୍‌ ଭାରତରେ ତା’ର ରାଷ୍ଟ୍ରଦୂତ ନିଯୁକ୍ତି କରିନାହିଁ।

    ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଆଗରୁ ଆଫଗାନିସ୍ତାନରେ ରାଷ୍ଟ୍ରଦୂତ ଥିବା ବରିଷ୍ଠ କୂଟନୀତିଜ୍ଞ ଜୁ ଫେଇହଙ୍‌ଙ୍କୁ ଚୀନ୍‌ ତା’ର ଭାରତୀୟ ଦୂତାବାସର ମୁଖ୍ୟ ଭାବେ ଚୟନ କରିପାରେ। ଏହାଛଡ଼ା, ଜୁ ରୋମାନିଆରେ ମଧ୍ୟ ଚୀନ୍‌ର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ସମ୍ପ୍ରତି ସେ ବୈଦେଶିକ ବ୍ୟାପାର ବିଭାଗରେ ସହକାରୀ ମନ୍ତ୍ରୀ ଅଛନ୍ତି।କିନ୍ତୁ, ତାଙ୍କୁ ଭାରତରେ ଚୀନ୍‌ର ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରିବାର ଔପଚାରିକତା ଶେଷ କରାଯାଇ ନାହିଁ। ତେଣୁ, ସେ କେବେ ରାଷ୍ଟ୍ରଦୂତ ହୋଇ ଭାରତକୁ ଆସିବେ ତାହା ସ୍ପଷ୍ଟ କହି ହେଉନାହିଁ। ଏହା ପୂର୍ବରୁ ସୁନ୍‌ ୱେଇଡୋଙ୍ ଥିଲେ ଭାରତରେ ଚୀନ୍‌ର ରାଷ୍ଟ୍ରଦୂତ। ସେ ୨୦୨୨ ଅକ୍ଟୋବର୍‌ରେ ଭାରତରୁ ଚାଲିଯାଇଥିଲେ। ନୂଆ ରାଷ୍ଟ୍ରଦୂତ ନିଯୁକ୍ତି ସଂକ୍ରାନ୍ତରେ ଚୀନ୍‌ ଦୂତାବାସ ଅଥବା ବୈଦେଶିକ ମନ୍ତ୍ରାଳୟ ତରଫରୁ କୌଣସି ଔପଚାରିକ ସୂଚନା ମିଳିନାହିଁ। କିନ୍ତୁ, ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଚୀନ୍‌ ଏ ବିଷୟରେ ଭାରତକୁ ଅବଗତ କରାଇଛି। ଆସନ୍ତା ମାସରେ ହେବାକୁ ଥିବା ବସନ୍ତ ଉତ୍ସବ ପ୍ରାରମ୍ଭରେ ଚୀନ୍‌ ଭାରତକୁ ତା’ର ନୂଆ ରାଷ୍ଟ୍ରଦୂତ ପଠାଇବ ବ‌ୋଲି ପୂର୍ବରୁ ଆଶା କରାଯାଉଥିଲା, କିନ୍ତୁ ତାହା ସମ୍ଭବ କି, ନାହିଁ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ