Saturday, July 27, 2024
24.6 C
Odisha

    ଓଡିଶା କ୍ରିକେଟରେ ପୁଣି ବୟସ ଜାଲିଆତି: ଓଡିଶା ରଣଜୀ ଟିମରୁ ବିଦା ହେଲେ ସୁମିତ ଶର୍ମା

    ଆଗକୁ ପଢନ୍ତୁ

    ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ବୟସରେ ଜାଲିଆତି କରିଥିବା ମାମଲାରେ ଓଡ଼ିଶା ରଣଜୀ କ୍ରିକେଟ୍ ସୁମିତ୍ ଶର୍ମା ବିଦା ହୋଇଛନ୍ତି । ବିଭିନ୍ନ ବୟସ ବର୍ଗ ପାଇଁ ଭିନ୍ନ ଭିନ୍ନ ସାର୍ଟିଫିକେଟ୍ ଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତୀୟ କ୍ରିକେଟ୍ ବୋର୍ଡ । କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ସୁମିତ୍ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବିସିସିଆଇର କୌଣସି ଘରୋଇ ଟୁର୍ଣ୍ଣାମେଂଟ ଖେଳିପାରିବେ ନାହିଁ । ୨୦୧୫-୧୬ରେ ଜୁନିୟର ସ୍ତରର କ୍ରିକେଟ୍ ଖେଳୁଥିବା ବେଳେ ସୁମିତ, ବିସିସିଆଇକୁ ଯେଉଁ ବୟସ ବର୍ଗର ସାର୍ଟିଫିକେଟ୍ ପ୍ରଦାନ କରିଥିଲେ, ତାହା ବର୍ତମାନର ବୟସ ସହ ମେଳ ଖାଉନାହିଁ । ଯେଉଁଥିପାଇଁ ତାଙ୍କୁ ୨ ବର୍ଷ ସସପେଣ୍ଡ କରାଯାଇଛି । ତାଙ୍କ ସ୍ଥାନରେ ଓଡ଼ିଶା ରଣଜୀ ଦଳରେ ତରଣୀ ସ’ଙ୍କୁ ସାମିଲ କରାଯାଇଛି । ୫ ତାରିଖରୁ ବରୋଦା ବିପକ୍ଷ ମ୍ୟାଚ୍ ଖେଳି ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ବୟସ ଜାଲିଆତି ନେଇ ବାରମ୍ବାର ଅଭିଯୋଗ ଆସିଥିଲା । ଯାହାକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିସିସିଆଇ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ