Thursday, October 15, 2026
28 C
Odisha

    ଭାରତ ସହ ସହମତିରେ ପହଞ୍ଚିଛୁ: ଚୀନ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୦ ମସିହାର ଗଲ୍‌ୱାନ ସଂଘର୍ଷ ପରେ ବିଗିଡ଼ିଥିବା ଭାରତ ଓ ଚୀନ ସମ୍ପର୍କ ସ୍ବାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି। ଦୁଇ ଦେଶର ବାସ୍ତବ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ପାଟ୍ରୋଲିଂ ଆରମ୍ଭ ପାଇଁ ସହମତି ପ୍ରକାଶ ପାଇଥିବା ବେଳେ ଆଗକୁ ଅଧିକ ବିଶ୍ବାସ ସୃଷ୍ଟିକାରୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଦୁଇ ଦେଶ ମଧ୍ୟରେ ଏ ନେଇ ଗତ କିଛି ସପ୍ତାହ ଧରି ଆଲୋଚନା ପରେ ପାଟ୍ରୋଲିଂ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି। ଚୀନ୍‌ ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପୂର୍ବ ଲଦାଖରେ ଭାରତ ସହ ବିବାଦର ସମାଧାନ ପାଇଁ ଆମେ ଏକ ସହମତିରେ ପହଞ୍ଚିଛୁ ଏବଂ ଆଗକୁ ଉଭୟ ଦେଶ ଅଧିକ ସମନ୍ବିତ ପଦକ୍ଷେପ ଗ୍ରହଣ କରିବେ। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲିନ୍‌ ଜିଆନ୍‌ କହିଛନ୍ତି, ନିକଟରେ ଚୀନ୍‌ ଏବଂ ଭାରତ ସୀମା ପ୍ରସଙ୍ଗରେ ଉଭୟ ରାଷ୍ଟ୍ର କୂଟନୈତିକ ଏବଂ ଶୀର୍ଷ କମାଣ୍ଡରସ୍ତରୀୟ ବୈଠକ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତି। ଚୀନ୍‌ ଏହାକୁ ସକରାତ୍ମକ ଭାବେ ତର୍ଜମା କରୁଛି ବୋଲି ଲିନ୍‌ ଜିଆନ୍‌ କହିଛନ୍ତି।
    ୨୦୨୦ ସ୍ଥିତାବସ୍ଥା ଫେରିଲେ ସେନା ପ୍ରତ୍ୟାହାର ହେବ

    ପୂର୍ବ ଲଦାଖ ସୀମା ବିବାଦ

    ଅନ୍ୟପକ୍ଷେ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଭିନ୍ନମତ ରଖି କହିଛନ୍ତି, କେବଳ ୨୦୨୦ ଏପ୍ରିଲର ସ୍ଥିତାବସ୍ଥା ଫେରିଲେ ହିଁ ଭାରତୀୟ ସେନା ଲଦାଖର ବଫର୍‌ ଜୋନ୍‌ରୁ ଅତିରକ୍ତ ସେନା ପ୍ରତ୍ୟାହାର କରିବ ଏବଂ ଏହା ପରେ ହିଁ ଚୀନ୍‌ର ପ୍ରକୃତ ଆଭିମୁଖ୍ୟ ସ୍ପଷ୍ଟ ହେବ। ପୂର୍ବ ଲଦାଖରେ ସେନା ପ୍ରତ୍ୟାହାର ପାଇଁ ଭାରତ ଏବଂ ଚୀନ୍‌ ଏକ ସହମତିରେ ପହଞ୍ଚିଛନ୍ତି ବୋଲି ଭାରତ ଘୋଷଣା କରିବାର ଦିନକ ପରେ ଆଜି ସେନା ମୁଖ୍ୟ ଏଭଳି ଟିପ୍ପଣୀ ଦେଇଛନ୍ତି। ଜେନେରାଲ ଦ୍ବିବେଦୀ କହିଛନ୍ତି, ଆମେ ୨୦୨୦ର ସ୍ଥିତାବସ୍ଥା ଫେରାଇବାକୁ ଚାହୁଛୁ। ଏହା ସମ୍ଭବ ହେଲେ ହିଁ ସେନା ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ