Tuesday, October 13, 2026
24.9 C
Odisha

    ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଡ. ଏଲ୍. ମୁରୁଗାନ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମୋଦୀ କ୍ୟାବିନେଟ୍‌ରୁ ବିଜେପିର ବରିଷ୍ଠ ନେତା ଏଲ୍‌. ମୁରୁଗାନ୍‌ ଇସ୍ତଫା ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ମୁରୁଗାନ୍‌ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଦୁଗ୍ଧ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିବା ମୁରୁଗାନ୍‌ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତମାତା ଓ ତାମିଲନାଡୁର ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଥିଲା।’

    ସେ କହିଛନ୍ତି, “ଦିନମଜୁରିଆଙ୍କ ପୁଅ ହେବାଠାରୁ ଆରମ୍ଭ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ସେବା କରିବା ପର୍ଯ୍ୟନ୍ତ ଯାତ୍ରା ମୋ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ ରହିଛି। ଏବେ ମୁଁ ତୃଣମୂଳ ସ୍ତରକୁ ଫେରିବାକୁ ଚାହୁଁଛି। ନିଜ କାର୍ମକର୍ତ୍ତାଙ୍କ ସହ ଠିଆ ହେବାକୁ ଚାହୁଁଛି ଏବଂ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପିକୁ ମଜବୁତ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିବାକୁ ଚାହୁଁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.9 ° C
    24.9 °
    24.9 °
    76 %
    1.5kmh
    77 %
    Tue
    25 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ