Thursday, October 15, 2026
28 C
Odisha

    ପୁରୀରେ ପୁଣି ହତ୍ୟାକାଣ୍ଡ ଅଭିଯୋଗ, ପୋଖରୀରୁ ମିଳିଲା ମୃତଦେହ

    ଆଗକୁ ପଢନ୍ତୁ

    ପୁରୀ : ପୁଣି ପୁରୀରେ ହତ୍ୟାକାଣ୍ଡ । ସମଙ୍ଗ ଜଳଭଣ୍ଡାର ନିକଟ ପୋଖରୀରୁ ମୃତଦେହ ଉଦ୍ଧାର । ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ । ପୋଖରୀ ରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ କର୍ମଚାରୀ । ମୃତ ବ୍ୟକ୍ତି ବାସେଳୀ ସାହି ଭଟ୍ଟ ଜାଗାର ନିଖିଳ ଦାଶ। ମଙ୍ଗଳବାର ଠାରୁ ନିଖୋଜ ଥିଲେ ନିଖିଳ । ମୃତଦେହ ଉଦ୍ଧାର କରି ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । କିଏ ଏବଂ କାହିଁକି ହତ୍ୟଳା କରିଛି, ସେ ନେଇ ସୁରାକ ମିଳିନି ।

    ତେବେ ନିଖିଳଙ୍କ ମୃତ୍ୟୁ କିପରି ହେଲା? ଏହା ପଛରେ କାହାର ହାତ ରହିଛି? କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ତେବେ ଏଯାଏଁ ହତ୍ୟାର କାରଣ କିମ୍ବା ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ପୁରୀରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପୋଲିସର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ