Tuesday, July 28, 2026
25.4 C
Odisha

    ପିସିସିକୁ ଭଙ୍ଗ କଲା ଏଆଇସିସି: ହଟିଲେ ଶରତଙ୍କ ଟିମ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡିଶା ପ୍ରଦେଶ କମିଟିକୁ ଭଙ୍ଗ ଏଆଇସିସି ଭଙ୍ଗ କରିଛି। ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ ହୋଇଛି । ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭଙ୍ଗ କରାଯାଇଛି । ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭାଙ୍ଗି ଦିଆଯାଇଛି । ବର୍ତ୍ତମାନର ଜିଲ୍ଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି ।ଏଆଇସିସିର ଏହି ନିଷ୍ପତ୍ତି ପରେ ଏବେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ତାଙ୍କ ଟିମ୍ ଦାୟିତ୍ବରୁ ହଟିଛନ୍ତି।

    ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ କଂଗ୍ରେସ ରବିବାର ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି। ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ଭାବେ ନିଯୁକ୍ତି କରାଯାଇଛି। ଅଶୋକ ଦାସଙ୍କୁ ବିଧାୟକ ଦଳର ଉପନେତା ଭାବେ ନିଯୁକ୍ତ କରାଯାଇଛି। ସେହିପରି ମୁଖ୍ୟ ସଚେତକ ଭାବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଡ.ରାଜନ ଏକ୍କାଙ୍କୁ ନିଯୁକ୍ତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    25.4 ° C
    25.4 °
    25.4 °
    84 %
    5kmh
    100 %
    Tue
    25 °
    Wed
    25 °
    Thu
    28 °
    Fri
    30 °
    Sat
    30 °

    ସମ୍ବନ୍ଧିତ