ନୂଆଦିଲ୍ଲୀ : ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧି । ସୋନିଆ କହିଛନ୍ତି, ଛାତ୍ରମାନେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଦାବି କରିଥିଲେ, କିନ୍ତୁ ମୋଦି ସରକାର ସେମାନଙ୍କ ସାହସର ଜବାବ କ୍ରୁରତାରେ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ଦେଶର ଭବିଷ୍ୟତ କରିବା ପରିବର୍ତ୍ତେ ଦେଶର ଶତ୍ରୁ ଭଳି ବ୍ୟବହାର କରୁଛନ୍ତି ।
ସୋନିଆ ଗାନ୍ଧି କହିଛନ୍ତି, ସରକାର ଛାତ୍ରମାନଙ୍କ ସହିତ ରହି ସେମାନଙ୍କର ଭବିଷ୍ୟ ରକ୍ଷା କରିବା, ନୈତିକ, ରାଜନୈତିକ ଏବଂ ସାମ୍ବିଧାନିକ ଦାୟିତ୍ବ । ଛାତ୍ରମାନେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଦାବି କରିଥିଲେ, କିନ୍ତୁ ମୋଦି ସରକାର ସେମାନଙ୍କ ସାହସର ଜବାବ କ୍ରୁରତାରେ ଦେଇଛନ୍ତି ।
ସୋନିଆ ଗାନ୍ଧି ଅଭିଯୋଗ କରିଛନ୍ତି କି, କେନ୍ଦ୍ର ଗ୍ହ ମନ୍ତ୍ରୀ ପ୍ରତ୍ୟେକ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ପୋଲିସକର୍ମୀଙ୍କ ଦ୍ବାରା ଛାତ୍ର ପ୍ରଦର୍ଶନକାରୀଙ୍କ ବିରୋଧରେ ବର୍ବରତା ଏହି ସରକାର ପାଇଁ କୌଣସି ନୂଆ କଥା ନୁହେଁ । ୨୦୨୦ରେ ସିଏଏ ବିରୋଧରେ ପ୍ରଦର୍ଶନ ସମୟରେ ସଶସ୍ତ୍ର ପୋଲିସ ବଳ ଏବଂ ଅର୍ଦ୍ଧସୈନିକ ବଳ ବିଶ୍ବବିଦ୍ୟାଳୟ ପରିସରରେ କିଭଳି କାର୍ଯ୍ୟାନୁଷ୍ଠାନ କରିଥିଲା, ତାହା ପୂର୍ବରୁ ଦେଖିସାରିଛେ । ଭାରତର ମହିଳା କୁସ୍ତିଯୋଦ୍ଧାଙ୍କ ସହିତ ଅସ୍ବୀକାର୍ଯ୍ୟକୁ ଭଧ୍ୟ ଅଣଦେଖା କରିହେବ ନାହିଁ ।
ସେପଟେ ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ଏକ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି, ଆସନ୍ତା ସପ୍ତାହରେ ସଂସଦରେ ଏକ ବିଲ୍ ଆଗତ କରାଯିବ । ଯେଉଁଥିରେ ପେପର ଲିକ୍ ମାମଲା ବିରୋଧରେ କଠୋର ବ୍ୟବସ୍ଥା ସାମିଲ ରହିବ । ଏଥିସହ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଡ୍ରାପ୍ଟ ବିଲ ଉପରେ ଆଲୋଚନା ହେବ । ପେପର ଲିକ୍ କୌଣସି ଛୋଟ ସମସ୍ୟା ନୁହେଁ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ପାଇଁ ଏପରି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ତେଣୁ NEET ପେପର ଲିକ୍ ସାମ୍ନାକୁ ଆସିବା ପରଠାରୁ ଅନେକ କଠୋର ପଦକ୍ଷେପ ନିଆଯାଇଛି । ସମସ୍ତ ପେପର ଲିକ୍ ମାମଲାରେ ଦୋଷୀଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।
