Wednesday, October 14, 2026
23 C
Odisha

    ଅଧିକ ବୟସରେ ମାତୃତ୍ୱ ଲାଭ ଡାଉନ୍‌ ସିଣ୍ଡ୍ରୋମ୍‌ର ସମ୍ଭାବନାକୁ ବଢ଼ାଇଥାଏ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭାରତରେ ପ୍ରତି ୮୩୦ ଜନ୍ମରେ ଜଣେ ଶିଶୁ ଡାଉନ୍ ସିଣ୍ଡ୍ରୋମ୍ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏଥିରେ ପ୍ରଭାବିତ ଶିଶୁମାନଙ୍କର ମୁଖମଣ୍ଡଳ ସାଧାରଣତଃ ସମତଳ ହୋଇଥାଏ। ସେହିପରି ଉର୍ଦ୍ଧ୍ଵମୁଖୀ ଆଖି, ପାପୁଲିରେ ଏକମାତ୍ର ରେଖା ଏବଂ ପାଦର ବୁଢ଼ା ଆଙ୍ଗୁଠି ଏବଂ ଦ୍ୱିତୀୟ ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କ ପରିଲକ୍ଷିତ ହୋଇଥାଏ। ଏତ୍‌ଦବ୍ୟତୀତ ଏହି ଶିଶୁମାନଙ୍କ ମଧ୍ୟରେ ଜନ୍ମଜାତ ହୃଦ୍‌ରୋଗ, ବାରମ୍ବାର ଶ୍ୱାସକ୍ରିୟା ସଂକ୍ରମଣ ଏବଂ ବୌଦ୍ଧିକ ବିକାଶରେ ପ୍ରଭୂତ ମନ୍ଥରତା ଦେଖାଯାଉଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଅଧିକ ବୟସରେ ମାତୃତ୍ୱ ଲାଭ ଡାଉନ୍‌ ସିଣ୍ଡ୍ରୋମ୍‌ର ସମ୍ଭାବନାକୁ ବଢ଼ାଇଥାଏ। ତେଣୁ ଏନେଇ ବ୍ୟାପକା ସଚେତନତା ସୃଷ୍ଟି କରିବା, ସଠିକ୍‌ ସମୟରେ ରୋଗ ନିରୂପଣ ନିମନ୍ତେ ସଚେତନ ହେବା ଏବଂ ଉପଯୁକ୍ତ ଚିକିତ୍ସା ଏବଂ ପୁନର୍ବାସ ପଦ୍ଧତି ଅବଲମ୍ବନ କରିବା ଆଦି ସମ୍ପର୍କରେ ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି। ଏମ୍‌ସ ଭୁବନେଶ୍ୱର ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ସାଇନ୍ସ୍‌(ସ୍ୱୟଂଶାସିତ), ଚନ୍ଦକା, ଭୁବନେଶ୍ୱର ପକ୍ଷରୁ ମିଳିତ ଭାବେ ଡାଉନ୍ ସିଣ୍ଡ୍ରୋମ୍‌ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏପରି ମତ ପ୍ରକାଶ ପାଇଛି। ତେବେ ଡାଉନ୍‌ ସିଣ୍ଡ୍ରୋମ୍‌ ଦିବସ ଉପଲକ୍ଷେ ଗତକାଲି ଆଇଏଚ୍‌ଏସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍ସାହଜନକ ଉପସ୍ଥିତି ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଆଇଏଚଏସର ନିର୍ଦ୍ଦେଶକ ପ୍ରଫେସର ସତ୍ୟ ନାରାୟଣ ମହାପାତ୍ର, ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ଏମ୍‌ସ ଭୁବନେଶ୍ୱର ଆନାଟୋମି ବିଭାଗ ମୁଖ୍ୟ ଡ. ମନୀଷା ଆର୍‌ ଗାଏକ୍‌ୱାଡ୍‌, ଏମ୍‌ସ ଭୁବନେଶ୍ୱର ଆନାଟୋମୀ ବିଭାଗ ପ୍ରଫେସର୍‌ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଆଇଏଚଏସର ଡ. ରମ୍ୟା ମୈତ୍ରୀ, ଡ. ଭବାନୀ ଶଙ୍କର ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ