Thursday, July 23, 2026
23.4 C
Odisha

    ଅନୁଭବ ଗାଇବେ ହନୁମାନ ଚାଳିଶା, ପ୍ରଯୋଜନା କରିଛନ୍ତି ଜାଗୃତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନୂଆ ଅବତାରରେ ନଜର ଆସିବେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି | ମିଳିଥିବା ସୂଚନା ମୁତାବକ ସୋନି ମ୍ୟୁଜିକ ଦ୍ୱାରା ରିଲିଜ ହେବାକୁ ଥିବା ହନୁମାନ ଚାଳିଶାରେ ଅନୁଭବ କଣ୍ଠଦାନ କରିଛନ୍ତି | ଖୋଦ ଅନୁଭବ ଏ ବାବଦରେ ଜଣାଇଛନ୍ତି | ତେବେ ଆଜି ରିଲିଜ ହୋଇଥିବା ପୋଷ୍ଟରରେ ଅନୁଭବଙ୍କୁ ଧ୍ୟାନ କରୁଥିବା ମୁଦ୍ରାରେ ଦେଖିବାକୁ ମିଳିଛି | ଏହାର ନିର୍ଦ୍ଦେଶନା ଅଜୟ ପାଢ଼ୀ ଦେଇଥିବାବେଳେ ଅନୁଭବଙ୍କ ବନ୍ଧୁ ଜାଗୃତି ଶୁକ୍ଳା ଏହାର ପ୍ରଯୋଜନା ଭାର ସମ୍ଭାଳୁଛନ୍ତି |

    ତେବେ ଏନେଇ ଜାଗୃତି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ କୁହାଯାଏ ଯେ ଜୀବନରେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନଙ୍କ ନାମ ନେବା କଥା | ମୁଁ ଭାଗ୍ୟବାନ ଯେ ପ୍ରଯୋଜିକା ଭାବରେ ଶ୍ରୀ ହନୁମାନ ଚାଳିଶାରୁ ମୁଁ ମୋର କାର୍ଯ୍ୟ ଆରମ୍ଭ କରିଛି | ଜୟ ଶ୍ରୀରାମ | ସେହିପରି ଅନୁଭବ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଜୟ ଶ୍ରୀରାମ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    90 %
    2kmh
    99 %
    Thu
    29 °
    Fri
    29 °
    Sat
    29 °
    Sun
    31 °
    Mon
    32 °

    ସମ୍ବନ୍ଧିତ