Tuesday, September 29, 2026
29.2 C
Odisha

    ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ଓଡ଼ିଶାର ଲୋକଙ୍କ ଭିତରେ ଆକ୍ରୋଶ ରହିଛି:ବିଜୟପାଲ ସିଂହ ତୋମାର

    ଆଗକୁ ପଢନ୍ତୁ

    ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ଓଡ଼ିଶାର ଲୋକଙ୍କ ଭିତରେ ଆକ୍ରୋଶ ରହିଛି।’ ଆଜି ଏହି କଥା କହିଛନ୍ତି ଓଡ଼ିଶା ବିଜେପିର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର।

    ସେ କହିଛନ୍ତି, ଓଡ଼ିଶାରେ ବିଜୁ ଜନତା ଦଳ ବିପକ୍ଷରେ ସରକାରୀ ବିରୋଧୀ ହାୱା ରହିଛି। ମୁଖ୍ୟତଃ ସୁପର ସିଏମ୍ ପାଣ୍ଡିଆନଙ୍କୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି। ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି। ତେଣୁ ରାଜ୍ୟରେ ବିଜେଡି ସରକାର ବଦଳିବ ଓ ବିଜେପି ସରକାର ଗଢ଼ିବ। ରାଜ୍ୟରେ ଯେତେ ସବୁ ଦୁର୍ନୀତି ହୋଇଛି, ସେ ନେଇ ଆମେ ଲୋକଙ୍କୁ ସମ୍ମୁଖରେ ତଥ୍ୟ ରଖିବୁ।

    ଶ୍ରୀ ତୋମାର କହିଛନ୍ତି, ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଯେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି, ତାକୁ ନେଇ ବିଜେପି ଘର ଘର ବୁଲୁଛି। ହିତାଧିକାରୀଙ୍କ ସହିତ ଯୋଗାଯୋଗରେ ରହୁଛି। ଓଡ଼ିଶାରେ ବିଜେପି ସରକାର ଗଢ଼ିବ। ଆମେ ୧୪୭ଟି ବିଧାନସଭା ଆସନରେ ଲଢ଼ିବୁ। ଓଡ଼ିଶାରୁ ଆମର ୧୬ ଜଣ ସାଂସଦ ପ୍ରାର୍ଥୀ ବିଜୟୀ ହୋଇ ଲୋକସଭାକୁ ଆସିବେ।

    ସେ ଆହୁରି କହିଛନ୍ତି, କେନ୍ଦ୍ରର କିଛି ଯୋଜନାକୁ ଓଡ଼ିଶା ସରକାର ଲାଗୁ କରୁ ନାହାନ୍ତି। ଉଦାହରଣ ସ୍ୱରୂପ- ଓଡ଼ିଶା ସରକାର ଆୟୁଷ୍ମାନ ଯୋଜନା ଲାଗୁ କରି ନାହାନ୍ତି। ଏହାକୁ ଲାଗୁ କରାଯିବା ଉଚିତ। ଆଉ କିଛି ଯୋଜନା ଲାଗୁ ହୋଇଥିଲେ ବି ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଛି। ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଭଲ ନାହିଁ। ଏହି ସବୁ ପ୍ରସଙ୍ଗକୁ ନେଇ ବିଜେପି ଓଡ଼ିଶାରେ ନିର୍ବାଚନ ଲଢ଼ିବ ଓ ବହୁମତ ପାଇ ସରକାର ମଧ୍ୟ ଗଢ଼ିବ।

    ବିଜେଡି-ବିଜେପିମେଣ୍ଟ ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ଶ୍ରୀ ତୋମାର କହିଛନ୍ତି, ଏହା ମିଡିଆ କିମ୍ବା ବିଜେଡି ସୃଷ୍ଟି କରି ଥିଲା, ମୁଁ ତାହା ଜାଣିନି। ମୁଁ ସବୁ ବେଳେ କହି ଆସିଛି ଆମେ ଓଡ଼ିଶାରେ ଏକା ଲଢ଼ିବୁ। ମେଣ୍ଟ ଚର୍ଚ୍ଚାକୁ ନେଇ ଆମ କର୍ମକର୍ତ୍ତା ଆଦୌ ନିରୁତ୍ସାହିତ ହୋଇନାହାନ୍ତି। ସେମାନେ ଖୁବ୍ ଉତ୍ସାହିତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ