Saturday, October 3, 2026
23.6 C
Odisha

    ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ

    ଆଗକୁ ପଢନ୍ତୁ

    କଟକ: ଡିଜିପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି । ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି । ଶ୍ରୀ ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୁଲିସ ଏକାଡେମୀ(ବିପିଏସ୍‌ପିଏ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ବିପିଏସପିଏ ନିର୍ଦ୍ଦେଶକ ସହ ସେ ପୁଲିସ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ତାଳଚେର ଏସ୍‌ଡିପିଓ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀ ଷଡ଼ଙ୍ଗୀ ରାୟଗଡ଼ା, ବ୍ରହ୍ମପୁର, ଜଗତସିଂହପୁର, ଭୁବନେଶ୍ବର, ରାଉରକେଲା ଏସ୍‌ପି ଭାବେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ସେହିପରି ଡିଆଇଜି କ୍ରାଇମ୍‌ବ୍ରାଞ୍ଚ, ଉତ୍ତରାଞ୍ଚଳ କେନ୍ଦ୍ରୀୟ ରେଞ୍ଜ ଡିଆଜି, ଆଇଜି ଆଇନଶୃଙ୍ଖଳା ଥିବା ସମୟରେ ତାଙ୍କର କାର୍ଯ୍ୟ ସାରା ଓଡ଼ିଶାରେ ଚର୍ଚ୍ଚାରେ ଥିଲା।
    ଉତ୍ସର୍ଗୀକୃତ ସେବା ପାଇଁ ଶ୍ରୀ ଷଡ଼ଙ୍ଗୀ ଅନେକ ସଫଳତା ହାସଲ କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶ୍ରୀ ଷଡ଼ଙ୍ଗୀଙ୍କ ନିଯୁକ୍ତିକୁ ଗୁରୁତ୍ବର ସହିତ ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବେ।ଉଲ୍ଲେଖଥାଉକି, ପରବର୍ତ୍ତୀ ପୁଲିସ ଡିଜି ପଦବି ନିମନ୍ତେ ରାଜ୍ୟ ସରକାର ମୋଟ ୭ଜଣ ଆଇପିଏସ ଅଫିସରଙ୍କ ତାଲିକା ୟୁପିଏସ୍‌ସିକୁ ସୁପାରିସ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅରୁଣ ରାୟ, ୧୯୮୯ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅମ୍ରିତ ମୋହନ ପ୍ରସାଦ, ବି ରାଧିକା, ଏସ୍ ନରଵଣେ, ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଫିସର ଯୋଗେଶ ବାହାଦୁର ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କ ନାଁ ରହିଛି। ଏବେ ସୁଦ୍ଧା ଡିଜି ଚୟନ ସଂକ୍ରାନ୍ତ ବୈଠକ ବସିପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ