Saturday, July 27, 2024
24.8 C
Odisha

    ଦ୍ବିତୀୟ ଦିନରେ ସୁନ୍ଦରଗଡ଼ରେ ପୁଣି ଗୁଳିମାଡ଼: ବଡ଼ଗାଁ ଓ ହେମଗିର ଥାନା ଅଞ୍ଚଳର ଘଟଣା

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆଜି ପୁଣି ୨ଟି ସ୍ଥାନରେ ଗୁଳିକାଣ୍ଡ ହୋଇଛି । ଗତକାଲି କିଞ୍ଜିରକେଲା ଥାନା ପାତକିଯୋଗରେ ସମ୍ପର୍କୀୟ ସାନ ଭାଇ ସୁନିଲ ସାଙ୍କ ଗୁଳିମାଡ଼ରେ ବଡ଼ ଭାଇ ବାସୁଦେବ ସା ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବାବେଳେ ଆଜି ଭୋର ୫ଟାରେ ହେମଗିର ଥାନା କନିକା ନିକଟରେ ଓ ବଡ଼ଗାଁ ଥାନା ଇତମା ନିକଟରେ ଗୁଳିମାଡ଼ ହୋଇଛି। ଏହା ସହ ଏକ ପିକଅପ ଗାଡ଼ିକୁ ଜାଳି ଦିଆଯାଇଛି। କନିକା ନିକଟରେ ଘଟିଥିବା ଘଟଣାରେ ଲେଫ୍ରିପଡ଼ା ଥାନା ଯୋଗୀମାଲ ନିକଟ ଗୁଲଠାର ଲେକ୍ଚରର ରୋହିଦାସ ନାମକ ଜଣେ ବ୍ୟକ୍ତି ୨ ସହଯୋଗୀଙ୍କ ସହ ପିକଅପ ଗାଡ଼ିରେ ୨ଟି ବଳଦ ନେଇ ଆସୁଥିବା ବେଳେ ୭ ଜଣ ଯୁବକ ବୋଲେରୋରେ ଆସି ନିଜକୁ ବଜରଙ୍ଗ ଦଳର କର୍ମୀ ପରିଚୟ ଦେଇ ଅଟକାଇ ଧମକଚମକ ଦେଇଥିଲେ। ଏହା ପରେ ୪ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ।
    ଲେକ୍ଚରର ଓ ସହଯୋଗୀ ଭୟରେ ଦୌଡ଼ି ପଳାଇବା ପରେ ବଳଦକୁ ଓହ୍ଲାଇ ଗାଡ଼ିକୁ ଯୁବକମାନେ ଜାଳି ଦେଇଥିଲେ। ଏ ନେଇ ସର୍ଗିପାଲି ଫାଣ୍ଡିରେ ଲେକ୍ଚରରଙ୍କ ପକ୍ଷରୁ ଏତଲା ଦିଆଯାଇଛି। ଅନ୍ୟ ଘଟଣାଟି ଘଟିଛି ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସୱେର ଇତମା ନିକଟରେ । ଏକ ପିକଅପ ଭ୍ୟାନ ନେଇ କୁତ୍ରା ବ୍ଲକ ଅନ୍ତର୍ଗତ କିରିଙ୍ଗସେରାର ଯୁବକ ସୁବାସ ନାୟକ ଆସୁଥିବାବେଳେ ୪ ଜଣ ଯୁବକ କାରରେ ଆସି ଗୁଳିମାଡ଼ କରିଥିଲେ। ଗୁଳି ଥୋଡ଼ି ତଳେ ବାଜି ପାର ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଏ ଓ କାହିଁକି ଆସି ସୁବାସକୁ ଗୁଳି କଲେ ସେ ନେଇ ତଦନ୍ତ କରୁଛି ବଡ଼ଗାଁ ପୁଲିସ। ତେବେ ୨ ଦିନରେ ୩ଟି ଗୁଳିକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ