Sunday, October 11, 2026
22.8 C
Odisha

    ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ : ମଧ୍ୟପ୍ରଦେଶରୁ ଚାଲି ଚାଲି ଜଗା ଦର୍ଶନ ପାଇଁ ଆସିଛନ୍ତି ୪ ବୃଦ୍ଧ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଚତୁଃର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସୁଦୂର ମଧ୍ୟପ୍ରଦେଶରୁ ୪ ଜଣିଆ ତୀର୍ଥଯାତ୍ରୀ ଦଳ ପୁରୁଣା ଜଗନ୍ନାଥ ସଡ଼କରେ ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ଯାଉଛନ୍ତି। ଏହି ଯାତ୍ରୀ ଦଳ ଶନିବାର ସକାଳୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ଛାମୁଣ୍ଡିଆଠାରେ ପହଞ୍ଚଛନ୍ତି। ଏହି ତୀର୍ଥ ଯାତ୍ରୀମାନେ ହେଲେ ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ମହିପାଲ ସିଂ(୬୪), ରାମସିଂ ଯାଦବ(୬୨), ତାମ ସିଂ ଯାଦବ(୬୫), ନରେନ୍ଦ୍ର ପ୍ରସାଦ ପଟେଲ (୬୭)। ବୟସର ଅପରାହ୍ନରେ ପଦାର୍ପଣ କରିଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଓ ବିଶ୍ୱାସ ଯୋଗୁଁ ଏମାନେ କୌଣସି ଅସୁସ୍ଥ କିମ୍ୱା ରାସ୍ତାରେ ଥକି ପଡ଼ି ନାହାନ୍ତି। ଗତ ଡିସେମ୍ୱର ୧୪ ତାରିଖଠାରୁ ମଧ୍ୟପ୍ରଦେଶରୁ ବାହାରି ଦୀର୍ଘ ୩୦ ଦିନ ଧରି ପାଦରେ ଚାଲିଚାଲି ପୁରୁଣା ଜଗନ୍ନାଥ ସଡ଼କ ଦେଇ ପୁରୀ ଅଭିମୁଖେ ଚାଲିଛନ୍ତି। ଶୀତ ଓ ପାଦର କଷ୍ଟ ପାଇଁ କେତେଜଣ ପାଦରେ କପଡ଼ା ବାନ୍ଧିଥିବା ଦେଖିବାକୁ ମିଳିଛି। ସେମାନେ ଖାଦ୍ୟ ପାଇଁ କାହା ଉପରେ ନିର୍ଭର ନକରି ନିଜର ରାସନ ସାମଗ୍ରୀ, ବସ୍ତ୍ର ମୁଣ୍ଡରେ ବୋହିବା ସହ ହାତରେ ବାଡ଼ି ଓ ଝଣ୍ଡା ଧରିବା ସହ ‘ଜୟ ଜଗନ୍ନାଥ’ ଧ୍ୱନି ଦେଇ ବାଟ ଚାଲିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ