Friday, September 18, 2026
24.4 C
Odisha

    ରାଇମୋହନଙ୍କ ସ୍ଥାନ ନେଇଥିଲେ ଚକ୍ରଧର

    ଆଗକୁ ପଢନ୍ତୁ

    ତିନି ଦଶନ୍ଧି ଧରି ଉଭୟ ବଡ଼ ଓ ଛୋଟ ପରଦାରେ ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନ କରିଥିବା ବରିଷ୍ଠ ଅଭିନେତା ଚକ୍ରଧର ଜେନା ଆଉ ଆମ ଗହଣରେ ନାହାନ୍ତି। କିନ୍ତୁ, ତାଙ୍କୁ ନେଇ ରହିଛି ଅନେକ ନିଆରା ସ୍ମୃତି। ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ର ‘ପଥର ଖସୁଛି ବଡ଼ ଦେଉଳୁ’ ସିନେମାରେ ଚକ୍ରଧର ଜେନାଙ୍କୁ ବ୍ରେକ୍ ଦେଇଥିଲେ। ତା’ପରେ ତାଙ୍କୁ ବହୁ ଓଡ଼ିଆ ସିନେମାରେ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। ଓଡ଼ିଆ ସିନେମାର ଅଧିକାଂଶ ଜଣାଶୁଣା ନିର୍ଦ୍ଦେଶକଙ୍କ ସହ ସେ କାମ କରିଛନ୍ତି। ତାଙ୍କ ସଂପର୍କରେ ଏକ ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଓଲିଉଡ୍‌ ନିର୍ଦ୍ଦେଶକ ସଞ୍ଜୟ ନାୟକ ସେତେବେଳେ ‘ତୁ ମୋ ଆଖିର ତାରା’ ଶୀର୍ଷକରେ ଏକ ସିନେମା ତିଆରି କରୁଥାନ୍ତି। ଏଥିରେ ନାୟକ-ନାୟିକା ଭୂମିକାରେ ଥାଆନ୍ତି ସିଦ୍ଧାନ୍ତ ଓ ବର୍ଷା ପ୍ରିୟଦର୍ଶିନୀ। ଖଳନାୟକ ଭୂମିକା ଲାଗି ପ୍ରେମାଞ୍ଜନ ପରିଡ଼ା, କୁନା ତ୍ରିପାଠୀ ଓ ରାଇମୋହନ ପରିଡ଼ାଙ୍କୁ ନିଆଯିବା ପାଇଁ ସ୍ଥିରୀକୃତ ହୋଇଥାଏ। ହେଲେ କୌଣସି କାରଣରୁ ଶେଷ ମୁହୂର୍ତ୍ତରେ ରାଇମୋହନ ପରିଡ଼ା ‘ତୁ ମୋ ଆଖିର ତାରା’ରେ କାମ କରିବାକୁ ଅରାଜି ହୁଅନ୍ତି।ଏହାପରେ ସେହି ଭୂମିକାରେ କାହାକୁ ନେବେ ବୋଲି ଚିନ୍ତାରେ ପଡ଼ିଯାଆନ୍ତି ସଞ୍ଜୟ ନାୟକ। ତାଙ୍କ ମନକୁ କେତେକ କଳାକାରଙ୍କ କଥା ଆସେ। ହେଲେ ଶେଷରେ ସେ ଅଟକି ଯାଆନ୍ତି ଚକ୍ରଧର ଜେନାଙ୍କ ପାଖରେ। ସେ ଅଭିନେତାଙ୍କୁ ରାଇମୋହନଙ୍କ ସ୍ଥାନରେ ନେବାକୁ ସ୍ଥିର କରନ୍ତି। ଚକ୍ରଧର ଜେନା ଏହି ପ୍ରସ୍ତାବକୁ ସାଦରେ ଗ୍ରହଣ କରନ୍ତି। ସେ ସମୟରେ ନିର୍ଦ୍ଦେଶକ ସଞ୍ଜୟ ନାୟକ ପ୍ରତିବର୍ଷ ୨/୩ଟା ଲେଖାଏଁ ଫିଲ୍ମ କରୁଥିଲେ। ସେ ଯାହା ହେଉନା କାହିଁକି ‘ତୁ ମୋ ଆଖିର ତାରା’ରେ ଖଳନାୟକ ଭୂମିକାରେ ବଳିଷ୍ଠ ଅଭିନୟ ବି କରିଥିଲେ ଚକ୍ରଧର। ଏବଂ ଏହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    88 %
    1.1kmh
    99 %
    Fri
    31 °
    Sat
    31 °
    Sun
    31 °
    Mon
    31 °
    Tue
    29 °

    ସମ୍ବନ୍ଧିତ