Saturday, March 14, 2026
22 C
Odisha

    ଗୋଇଠା ମାରିବା ପ୍ରସଙ୍ଗକୁ ନେଇ ଅଙ୍କିତାଙ୍କୁ ଅଜବ ପ୍ରଶ୍ନ କଲେ ବିକି

    ଆଗକୁ ପଢନ୍ତୁ

    ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏବେ ସୋ’ ଫାଇନାଲ ଆଡକୁ ଯାଉଥିବା ବେଳେ ଆରମ୍ଭ ହୋଇଛି ‘ଫ୍ୟାମିଲି ଉଇକ୍’।  ସମସ୍ତ ପ୍ରତିଯୋଗୀଙ୍କ ପରିବାର ଲୋକେ ‌ସୋ’କୁ ଆସୁଥିବା ଦେଖାଯାଇଛି। କିଛି ଦିନ ତ‌ଳେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ମା’ ଓ ତାଙ୍କ ଶାଶୁ ସୋ’କୁ ଆସିଥିଲେ। ଏହି ସମୟରେ ସେ ବିକିଙ୍କୁ ଗୋଇଠା ମାରିବା ନେଇ ଅଙ୍କିତାଙ୍କୁ ତାଗିଦ୍ କରିଥିଲେ। ସେ କହିଥିଲେ ଯେତେବେଳେ ତୁମେ ବିକିଙ୍କୁ ଗୋଇଠା ମାରିଥିଲ, ସେତେବେଳେ ତୁମ ଶଶୁର ତୁମ ମା’ଙ୍କୁ ଫୋନ କରି ପଚାରିଥିଲେ, ତୁମେ ବି ତୁମ ସ୍ବାମୀଙ୍କୁ ଏଭଳି ଗୋଇଠା ମାରୁଥିଲ କି? ଏହା ଶୁଣି ଅଙ୍କିତା ବିରକ୍ତି ପ୍ରକାଶ କରିଥିଲେ ଓ ପରେ ନିଜ ଶାଶୁଙ୍କୁ କ୍ଷମା ମାଗିଥିଲେ। ଏବେ ‘ଉଇକ୍ ଏଣ୍ଡ କା ୱାର’ରେ କରଣ ଜୋହର ସେ ବିଷୟ ଉଠାଇବାରୁ ବିକି ଅଙ୍କିତାଙ୍କୁ ମା’ କ’ଣ କହିଥିଲେ ବୋଲି ପଚାରିଥିବା ପ୍ରୋମୋ ଭିଡିଓରେ ଦେଖାଯାଇଛି। ଅଙ୍କିତା ପୂରା କଥାଟି କହିବା ପରେ ବିକି ବିରକ୍ତ ହୋଇ କହୁଛନ୍ତି, ତୁମ ବାପା ମୋ ବାପାଙ୍କ ସ୍ଥାନରେ ଥିଲେ କ’ଣ ପଚାରିଥାନ୍ତେ। ଜଣେ ବାପା ହିସାବରେ ସେ ସେଭଳି ଭାବିବେ କି ନାହିଁ? ଜାତୀୟ ଟେଲିଭିଜନରେ ତୁମେ ଯେପରି ଆମ ସମସ୍ୟାକୁ ସାମ୍ନାକୁ ଆଣୁଛ, ତାହା ଠିକ୍ ନୁହେଁ। ତୁମେ ଏହା କେବେ ବୁଝିବ?”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ