Wednesday, March 12, 2025
33.3 C
Odisha

    ଜମୁଛି ପ୍ରଚାର, ଝାରସୁଗୁଡାରେ ବିଜେଡିର ପାୱାର ସୋ’

    ଆଗକୁ ପଢନ୍ତୁ

    ଝାରସୁଗୁଡାରେ ପାୱାର ସୋ’ କରିଛି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି । ଏହି ଅବସରରେ ପ୍ରଥମେ ବିଜେଡି ପକ୍ଷରୁ ସରବାହାଲ ହାଇସ୍କୁଲ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ଯାଏଁ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତହୋଇଥିଲା । ବିଜେଡି ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତାମିଶ୍ର, ଝାରସୁଗୁଡା ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ରାଲିରେ ଉପସ୍ଥିତ ଥିଲେ । ଝାରସୁଗୁଡାବାସୀଙ୍କ ଆଶୀର୍ବାଦରେ ବିଜେଡି ବିଜୟୀ ହେଲେ ବିକାଶର ନନ୍ଦିଘୋଷକୁ ଆଗେଇ ନେବୁ ବୋଲି କହିଛନ୍ତି ଦୀପାଳି । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ ରାଲି ସହର ପରିକ୍ରମା କରିଥିଲା । ପରେ ଏକ ଶୋଭାଯାତ୍ରା ସତସଙ୍ଗ ଭବନରୁ ବାହାରି କାଳୀମନ୍ଦିର ପର୍ଯନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ବାଦ୍ୟ ଓ ନୃତ୍ୟ ଦଳ ସାମିଲ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.3 ° C
    33.3 °
    33.3 °
    13 %
    1.6kmh
    0 %
    Wed
    37 °
    Thu
    40 °
    Fri
    41 °
    Sat
    41 °
    Sun
    42 °

    ସମ୍ବନ୍ଧିତ