Wednesday, May 7, 2025
27.4 C
Odisha

    ସଭ୍ୟ ସଂଗ୍ରହ ଅଭିଯାନରେ ବିଜେପିକୁ ନବୀନଙ୍କ ଟାର୍ଗେଟ୍ । କହିଲେ, ଆମେ ମିସକଲ୍ ମାରି ସଦସ୍ୟତା ସଂଗ୍ରହ କରୁନୁ

    ଆଗକୁ ପଢନ୍ତୁ

    ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପ୍ରଥମ ସଭ୍ୟ ନିଜେ ନବୀନ ହୋଇଛନ୍ତି । ଏକାମ୍ରରୁ ରାଜ୍ୟର ପ୍ରଥମ ସଦସ୍ୟ ହୋଇଛନ୍ତି ନବୀନ । ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ସଦସ୍ୟତା ନେଇ ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ । ଏହି କାର୍ଯ୍ୟକ୍ରମରେ ବିଜେପିକୁ ପୁଣିଥରେ ଟାର୍ଗେଟ୍ କରିଛନ୍ତି ନବୀନ ।ଏହି ଅବସରରେ ନବୀନ କହିଛନ୍ତି, ‘ସଦସ୍ୟତା ଅଭିଯାନ ଗୋଟେ ରାଜନୈତିକ ଦଳ ପ୍ରମୁଖ କାର୍ଯ୍ୟକ୍ରମ । ଏହା ଦଳକୁ ଅଧିକ ମଜଭୁତ କରେ । ମୁଁ ଚାହେଁ ଆମ ଦଳର ସକ୍ରିୟ ସଦସ୍ୟମାନେ ପ୍ରତି ଘରକୁ ଯାଆନ୍ତୁ ।  ଆମ ସରକାର ସମୟର କାମକୁ ପ୍ରତି ଘର ସହ ଦେଶବିଦେଶରେ ପହଞ୍ଚାନ୍ତୁ । ବିଜେଡି ସରକାର ସମୟରେ ବହୁତ ଭଲ କାମ ହୋଇଛି । ଭାରତ ସରକାର ଆମ ସରକାର ଅନେକ ଯୋଜନାକୁ ଗ୍ରହଣ ମଧ୍ୟ କରିଛନ୍ତି । ମିସକଲ୍ ମାରି ଆମେ ସଦସ୍ୟତା ଅଭିଯାନ କରୁନୁ ଆମେ ଲୋକଙ୍କ ପାଖକୁ ଯାଇ ସଦସ୍ୟ କରୁଛୁ । ବିଜେଡି ତା’ଠୁ ଊର୍ଦ୍ଧ୍ୱରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.4 ° C
    27.4 °
    27.4 °
    67 %
    2.3kmh
    20 %
    Wed
    27 °
    Thu
    39 °
    Fri
    40 °
    Sat
    41 °
    Sun
    42 °

    ସମ୍ବନ୍ଧିତ