Tuesday, February 4, 2025
21.6 C
Odisha

    ଟିକେଟ୍ ଘୋଷଣା ପୂର୍ବରୁ ବିଜେଡିର ଶେଷ ସମୀକ୍ଷା ବୈଠକ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ ଓ କେନ୍ଦୁଝର ଲୋକସଭା ଆସନ ପାଇଁ ଆଜି ନବୀନ ନିବାସରେ ବୈଠକ ବସିବ । ଉଭୟ ବିଧାନସଭା ଓ ଲୋକସଭା ଆସନରେ କିଭଳି ଦଳ ମାତ୍ ଦେବ ଏ ଦିଗରେ ରଣନୀତି ପ୍ରସ୍ତୁତ ହେବ । ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଛି । ତେଣୁ କିଭଳି କାଉଣ୍ଟର କରିହେବ ସେ ଦିଗରେ ବିଜେଡି ରଣନୀତି ପ୍ରସ୍ତୁତ କରିବ । ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନ ବିଜେପି ହାତେଇଥିଲା । କିନ୍ତୁ କେନ୍ଦୁଝର ବିଜେଡି ହାତରେ ରହିଛି । ତେବେ ମୟୂରଭଞ୍ଜ ଉପରେ ବିଜେଡିର ଫୋକସ ରହିଛି । ଆଦିବାସୀ ଭୋଟ୍ ଗୋଟିଏ ବଡ ଭୂମିକା ନେବ । ଏପରି ସ୍ଥିତିରେ ଦଳର ପର୍ଯ୍ୟବେକ୍ଷକ ଏବଂ ନେତାଙ୍କ ଉପସ୍ଥିତିରେ ଆଲୋଚନା ହେବ । ସେହିପରି ଅପରାହ୍ନରେ ବାଲେଶ୍ୱର ଓ ଭଦ୍ରକ ନେତାଙ୍କୁ ନେଇ ବୈଠକ ବସିବ । ଟିକେଟ୍ ଘୋଷଣା ପୂର୍ବରୁ ଆଜି ଶେଷ ବୈଠକ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    57 %
    2.3kmh
    3 %
    Mon
    22 °
    Tue
    35 °
    Wed
    35 °
    Thu
    36 °
    Fri
    35 °

    ସମ୍ବନ୍ଧିତ