Saturday, October 19, 2024
29.2 C
Odisha

    ଚକଧର ଜଳସେଚନ ପ୍ରକଳ୍ପକୁ ଅଯଥା ରାଜନୈତିକ ରୂପ ଦେଉଛନ୍ତି ବିରୋଧୀ ଦଳ: ସତ୍ୟବ୍ରତ ପଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୭/୧୦: ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରଠାରୁ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରିଚାଲିଛି । ଚକଧର ଜଳସେଚନ ପ୍ରକଳ୍ପକୁ ନେଇ ବିରୋଧୀ ଦଳ ଅଯଥାରେ ରାଜନୀତି କରୁଛନ୍ତି । ଏନେଇ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରେ ଜାଣିଶୁଣି ଜନ ଅଶାନ୍ତି ସୃଷ୍ଟି କରାଯାଉଛି । ଏନେଇ ସ୍ଥାନୀୟ ବିଧାୟକ ଡା. ଫକୀର ମୋହନ ନାୟକଙ୍କ ନେତୃତ୍ୱରେ ଏକ ୨୫ ଜଣିଆ ପ୍ରତିନିଧିମଣ୍ଡଳୀ ମାନବ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝିଙ୍କୁ ଭେଟି ଏ ବିଷୟରେ ଅତୀତରେ ଆଲୋଚନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ତେଲକୋଇ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଏହି ପ୍ରସଙ୍ଗରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସତ୍ୱେ ଏହି ସମ୍ବେଦନଶୀଳ ସମସ୍ୟାକୁ ରାଜନୈତିକ ରଙ୍ଗ ଦେବା ପାଇଁ ବିରୋଧୀ ଦଳ ଯେଉଁଭଳି ଉଦ୍ୟମ କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
    ଶ୍ରୀ ପଣ୍ଡା କହିଛନ୍ତି ଯେ, ଆଜି ସକାଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କ ବ୍ୟସ୍ତବହୁଳ ଦିଲ୍ଲୀଗ୍ରସ୍ତ ସମୟରେ ସ୍ଥାନୀୟ ବିଧାୟକ ଡା. ନାୟକ ତାଙ୍କୁ ସାକ୍ଷାତ କରି ପୁନର୍ବାର ଏହି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଚକଧର ପ୍ରକଳ୍ପ ଯୋଗୁ ତେଲକୋଇବାସୀଙ୍କୁ ଯେପରି କୌଣସି କ୍ଷତି ନ ପହଂଚିବ ସେଥିପ୍ରତି ବିଶେଷ ଧାନ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଅଯଥା ଗୁଜବ ଓ ଅପପ୍ରଚାରର ଶୀକାର ନ ହେବା ପାଇଁ ତେଲକୋଇବାସୀଙ୍କୁ ବିନମ୍ର ନିବେଦନ କରିଛୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ପଣ୍ଡା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    75 %
    1.8kmh
    99 %
    Sat
    28 °
    Sun
    28 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ