Saturday, July 27, 2024
24.6 C
Odisha

    ଭୋଟଗ୍ରହଣ ପୂର୍ବରୁ ସୁରଟ ଆସନରେ ଜିତିଲେ ବିଜେପି ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଆସିଲା ଖୁସିଖବର । ମତଦାନ ପୂର୍ବରୁ ବିଜୟୀ ହେଲେ ପ୍ରାର୍ଥୀ । ସୁରଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ବାଚନ ପୂର୍ବରୁ ବିଜୟୀ ହୋଇଛନ୍ତି । କାରଣ ୨୨ ଏପ୍ରିଲ ସୁଦ୍ଧା ସୁକେଶ ଏକମାତ୍ର ପ୍ରାର୍ଥୀ ଭାବେ ମୈଦାନରେ ଥିଲେ । କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନିଙ୍କ ନାମାଙ୍କନପତ୍ର ଖାରଜ ହୋଇଯିବା ପରେ ଅନ୍ୟ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । କଂଗ୍ରେସ ପ୍ରାର୍ଥୀଙ୍କ ପ୍ରସ୍ତାବକ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସ୍ପଷ୍ଟ କରିଥିଲେ ଯେ, ନାମାଙ୍କନପତ୍ରରେ ଥିବା ହସ୍ତାକ୍ଷାର ସେମାନେ କରିନାହାନ୍ତି ବୋଲି । ଯେଉଁଥିପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ନାମାଙ୍କନପତ୍ରରେ ଥିବା ପ୍ରସ୍ତାବକଙ୍କ ହସ୍ତାକ୍ଷର ମେଳ ଖାଉନଥିଲା । ଏହା ନକଲି ବୋଲି ଲାଗୁଥିଲା । ତେଣୁ ପୁରା ଘଟଣା ଜାଣିବା ପରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ କରାଯାଇଥିଲା । କଂଗ୍ରେସ ପ୍ରାର୍ଥୀ ନିଲେଶ କହିଛନ୍ତି, ମୋ ଉପସ୍ଥିତିରେ ନାମାଙ୍କନପତ୍ରରେ ହସ୍ତାକ୍ଷର କରିଥିଲେ ପ୍ରସ୍ତାବକ । ତେଣୁ ପ୍ରସ୍ତାବକଙ୍କର ହସ୍ତାକ୍ଷର ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯିବା ଆବଶ୍ୟକ । ଏପରିକି ନ୍ୟାୟ ଦୃଷ୍ଟିରୁ ମୋ ମତ ମଧ୍ୟ ନେବା ଆବଶ୍ୟକ ଥିଲା । ତେବେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ, ନାମାଙ୍କନପତ୍ର ଦାଖଲ ବେଳେ ମିଳିଥିବା ଭିଡ଼ିଓରେ ଉକ୍ତ ସମୟରେ ପ୍ରସ୍ତାବକ ଉପସ୍ଥିତ ନଥିଲେ । ତେଣୁ ଏହାକୁ ଆଧାର କରି ନିଲେଶଙ୍କ ନାମାଙ୍କନପତ୍ର ଖାରଜ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ