Monday, November 2, 2026
22.9 C
Odisha

    ନାରୀ ଶକ୍ତି, ଯୁବକଙ୍କ ପାଇଁ ନୂତନ ସୁଯୋଗ, ସବକା ସାଥ୍ ସବକା ବିକାଶ ଉପରେ ଗୁରୁତ୍ୱ

    ଆଗକୁ ପଢନ୍ତୁ

    ରାଜ୍ୟ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଛି । ମୋଦୀ ଗାରେଣ୍ଟି – ୨୦୨୪ ସଂକଳ୍ପ ପତ୍ରର ଓଡିଆ ସଂସ୍କରଣ ଉନ୍ମୋଚନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ନାରୀ ଶକ୍ତି, ଯୁବକଙ୍କ ପାଇଁ ନୂତନ ସୁଯୋଗ, ସବକା ସାଥ୍ ସବକା ବିକାଶ ଉପରେ ସଂକଳ୍ପ ପତ୍ରରେ ଗୁରୁତ୍ୱ ଦିଆଯାଇଛି । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ରୀୟ ଇସ୍ତାହାର କମିଟିର ସଦସ୍ୟ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଓଡ଼ିଶା ପାଇଁ ‘ମୋଦୀ ଗ୍ୟାରେଣ୍ଟି’

    – ଗ୍ରାମୀଣ ଅଞ୍ଚଳରେ ତିନି କୋଟି ମହିଳା ସାଜିବେ ଲକ୍ଷପତି ଦିଦି
    – ସଂସଦ ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ନିଶ୍ଚିତ କରିବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ କାର୍ଯ୍ୟକାରୀ
    – ରକ୍ତହୀନତା, ସ୍ତନକର୍କଟ, ଗର୍ଭାଶୟ କର୍କଟ ଏବଂ ଅଷ୍ଟିଓପୋରୋସିସ୍ ସହିତ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଆଯିବ
    – ସର୍ବସାଧାରଣ ପରୀକ୍ଷା ଅଧିନିୟକ ୨୦୨୪ କଠୋର ଭାବେ କାର୍ଯ୍ୟକାରୀ କରାଯିବ
    – ସ୍ୱଚ୍ଛତାର ସହ ମମସ୍ତ ସରକାରୀ ପଦବୀ ପୂରଣ କରାଯିବ
    – ୭୦ ବର୍ଷରୁ ଅଧିକ ବୟସ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବେ
    – ଟ୍ରାନ୍ସଜେଣ୍ଡରଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସୁବିଧା ମିଳିବ
    – ସମସ୍ତ ପ୍ରମୁଖ ସହରକୁ ପାଇପ୍ ଦ୍ୱାରା ପ୍ରାକୃତିକ ଗ୍ୟାସ୍ ସଂଯୋଗକୁ ବିସ୍ତାର କରାଯିବ
    – ଏମ୍ସରୁ ଜିଲ୍ଲା ଡାକ୍ତରଖାନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସବୁ ସ୍ତରରେ ସ୍ୱାସ୍ଥ୍ୟସେବା ମିଳିବ
    – ରେଳ କ୍ଷମତାର ବୃଦ୍ଧି କରାଯିବ, ନମୋ ଭାରତ ଓ ବୁଲେଟ୍ ଟ୍ରେନ୍ ଭଳି ଆଧୁନିକ ଟ୍ରେନର ଶୁଭାରମ୍ଭ
    – ଏକ୍ସପ୍ରେସ୍ ନେଟୱର୍କକୁ ୧୫ ହଜାର କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରାଯିବ
    – ସମ୍ବିଧାନର ଧାରା ୪୪ ଆଧାରରେ ଲାଗୁ ହେବ ୟୁନିଫର୍ମ ସିଭିଲ୍ କୋର୍ଡ
    – ଖୁବ୍ ଶୀଘ୍ର ଭାରତୀୟ ନ୍ୟାୟ ସଂହିତା ଲାଗୁ କରାଯିବ
    – ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା ଲାଗୁ କରାଯିବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    94 %
    1kmh
    95 %
    Mon
    24 °
    Tue
    28 °
    Wed
    27 °
    Thu
    24 °
    Fri
    28 °

    ସମ୍ବନ୍ଧିତ