Sunday, May 31, 2026
25.1 C
Odisha

    ବାପାଙ୍କ ଟିକେଟ କାଟି ପୁଅକୁ ଟିକେଟ ଦେଲା ବିଜେପି

    ଆଗକୁ ପଢନ୍ତୁ

    ଲଖନଉ: ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପୂର୍ବରୁ ଉତ୍ତରପ୍ରଦେଶରେ ବିଜେପି ୭୩ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଆଉ ଆଜି ବାକି ଦୁଇଟି ଆସନ ମଧ୍ୟରୁ ଗୋଟିଏରେ ବିଜେପି କରଣ ଭୂଷଣ ସିଂଙ୍କୁ କୈଶରଗଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି। ତେବେ ବିଜେପିର ଏହି ନିଷ୍ପତ୍ତିକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି।କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଅନେକ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗରେ ଅଭିଯୁକ୍ତ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ବିଜେପି ସମ୍ମାନିତ କରିଛି ଏବଂ ତାଙ୍କୁ ପୁଅକୁ ଟିକେଟ ଦେଇଛି । ଏହା ଏମିତି ଏକ ଦଳ ଯାହାର କୌଣସି ନୈତିକତା ନାହିଁ | ଏହାର ନେତୃତ୍ୱ ଜଣେ ବ୍ୟକ୍ତିଙ୍କ ହାତରେ ଅଛି ଯାହାର ଏକମାତ୍ର ଲକ୍ଷ୍ୟ ହେଉଛି କ୍ଷମତାରେ ରହିବା | ସୂଚନା ଥାଉ କି ଯେ ବର୍ତ୍ତମାନ ବିଜେପିର ବୃଜଭୂଷଣ ଶରଣ ସିଂ କେସିଆରଗଞ୍ଜ ଲୋକସଭା ଆସନରୁ ସାଂସଦ ଅଛନ୍ତି ।

    ଆଜି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଘୋଷଣା ହୋଇଥିବା କରଣ ଭୂଷଣ ହେଉଛନ୍ତି ବିଜେପି ସାଂସଦ ବୃଜଭୂଷଣ ସିଂଙ୍କ ପୁଅ। କରଣ ଭୂଷଣ ସିଂ ଡବଲ୍ ଟ୍ରାପ୍ ସୁଟିଂରେ ଜାତୀୟ ଖେଳାଳି ଥିବାବେଳେ ସେ ଅଷ୍ଟ୍ରେଲିଆରୁ ଏମବିଏ ପଢ଼ିଛନ୍ତି । ବର୍ତ୍ତମାନ ସେ ଉତ୍ତରପ୍ରଦେଶ ରେସଲିଂ ଆସୋସିଏସନର ସଭାପତି ଥିବାବେଳେ ସେ ପ୍ରଥମ ଥର ପାଇଁ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    91 %
    2.2kmh
    98 %
    Sat
    25 °
    Sun
    37 °
    Mon
    40 °
    Tue
    40 °
    Wed
    42 °

    ସମ୍ବନ୍ଧିତ