Sunday, September 13, 2026
28.7 C
Odisha

    ଓଡ଼ିଶାରେ ବିଜେଡି ସରକାର ଯାଉଛି ଓ ବିଜେପି ସରକାର ଆସୁଛି: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାରେ ବିଜେଡି ସରକାର ଯାଉଛି ଓ ବିଜେପି ସରକାର ଆସୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ନେତାମାନଙ୍କୁ ସ୍ବାଗତ କରି ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ସରକାର ବଦଳୁଛି, ବିଜେଡି ସରକାର ଯାଉଛି। ବିଜେପି ସରକାର ଆସୁଛି। ଆପଣଙ୍କ ସହଯୋଗ ଭୁଲିବୁନି ବୋଲି ନବାଗତଙ୍କ ଉଦ୍ଦେଶ୍ୟରେ କହିଛନ୍ତି ରାଜ୍ୟ ବିଜେପି ସଭାପତି। ଏଣେ ବିଜେପି ରାଜ୍ୟ ପ୍ରଭାରୀ ମଧ୍ୟ କହିଛନ୍ତି ଯେ ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବିଧାୟକ ପ୍ରଶାନ୍ତ ଜବଦ୍ଦେବ ଓ ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ଗହଣରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ