Wednesday, October 14, 2026
28.3 C
Odisha

    ହାତ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳରୁ ଇସ୍ତଫା ଦେଇଛନ୍ତି । ୨୦୦୪ରୁ ୨୦୦୯ ଯାଏ ତିର୍ତ୍ତୋଲ ବିଧାୟକ ଏବଂ ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଭାବେ କଂଗ୍ରେସ ଗଡ଼ ସମ୍ଭାଳିଥିଲେ ଚିରଞ୍ଜୀବ। ଏପରିିକି ବିଧାନସଭାରେ ବିରୋଧୀ ଦଳର ଉପନେତା ଭାବେ ମଧ୍ୟ କଂଗ୍ରେସ ସ୍ୱରକୁ ଶାଣିତ କରିଥିଲେ ଚିରଞ୍ଜୀବ। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ବି ଥିଲେ ଚିରଞ୍ଜୀବ ବିଶ୍ୱାଳ। ପୂର୍ବରୁ ଦଳର ଅନେକ ଟାଣୁଆ ନେତା ଯେମିତି କି କେନ୍ଦ୍ରାପଡ଼ାରୁ ଜଣାଶୁଣା ଅଂଶୁମାନ ମହାନ୍ତି, ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ କଂଗ୍ରେସକୁ ମୁହଁ ମୋଡ଼ି ବିଜେଡିରେ ସାମିଲ ହୋଇଥିଲେ। ଏବେ ଚିରଞ୍ଜୀବ ଦଳ ଛାଡ଼ିବା ପରେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    70 %
    2.5kmh
    41 %
    Wed
    28 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ