Saturday, October 3, 2026
23 C
Odisha

    ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ୍‌ ଡାକରା ଦେଲା ବିଜେପି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦିନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ସାଧାରଣ ଧର୍ମଘଟ (ବଙ୍ଗଳା ବନ୍ଦ୍‌) ଆହ୍ବାନ କରିଛି। ଚଳିତମାସ ଆରମ୍ଭରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ ଆରମ୍ଭ କରିଛନ୍ତି।

    ବିଜେପିର ରାଜ୍ୟ ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି ଯେ ମମତା ବାନାର୍ଜୀଙ୍କ “ଏକଛତ୍ରବାଦୀ ଶାସନ”ର ପ୍ରତ୍ୟୁଉତ୍ତର ଭାବେ ଏହି ବିକ୍ଷୋଭ ଜରୁରୀ। ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର ଏହି ଘଟଣାରେ ଜନସାଧାରଣଙ୍କ ନ୍ୟାୟ ଦାବି ଉପରେ ଅବହେଳା କରିଛନ୍ତି ବୋଲି ବିଜେପି ନେତା ପ୍ରକାଶ କରିଛନ୍ତି।

    ସେହିପରି ଶାନ୍ତିପୂର୍ଣ୍ଣ ଛାତ୍ର ପଦଯାତ୍ରା ଉପରେ ବଳ ପ୍ରୟୋଗ କରିଥିବାରୁ କୋଲକାତା ପୁଲିସ୍‌କୁ ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ସୁଭେନ୍ଦୁ ଆଧିକାରୀ ନିନ୍ଦା କରିଛନ୍ତି।

    ପ୍ରଦର୍ଶନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବାନ୍ନା ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଲାଠି ମାଡ଼, ଲୁହବୁହା ଗ୍ୟାସ୍ ଏବଂ ପାଣି ତୋପ ବ୍ୟବହାର କରିଥିଲା।

    ‘କୋଲକାତା ନବାନ୍ନ ଅଭିଯାନ’ ଆଜି ହିଂସାତ୍ମକ ମୋଡ଼ ନେଇଥିବା ବେଳେ ପୁଲିସ-ଛାତ୍ର ସଂଘର୍ଷ ଯୋଗୁଁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସାନ୍ତରାଗାଚ୍ଛିରେ କୋନା ଏକ୍ସପ୍ରେସ୍‌ୱେରେ ଆଜି ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବଡ଼ଧରଣର ସଂଘର୍ଷ ଉପୁଜିଥିଲା। ନବାନ୍ନ (ସଚିବାଳୟ ଭବନ) ଆନ୍ଦୋଳନ ଯାତ୍ରାକୁ ଅଟକାଇବାପାଇଁ ପୁଲିସ ହାଓଡ଼ା ବ୍ରିଜ୍‌‌ରେ ବ୍ୟାରିକେଡ୍‌ ରଖିଥିବା ବେଳେ ଆନ୍ଦୋଳନକାରୀମାନେ ବ୍ୟାରିକେଡ ହଟାଇ ଆଗକୁ ବଢ଼ିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ଜଳ ତୋପ ଓ ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ର‌ୟୋଗ କରିବା ସହ ଲାଠି ମାଡ଼ କରିଥିଲା। ‌

    ନବାନ୍ନ ବିରୋଧ ପ୍ରଦର୍ଶନ ସମୟରେ ଗିରଫ ହୋଇଥିବା ଲୋକଙ୍କୁ ଆଇନଗତ ସହାୟତା ଯୋଗାଇବା ପାଇଁ ବିଜେପି ଏକ ହେଲ୍ପଲାଇନ ମଧ୍ୟ ସ୍ଥାପନ କରିଛି। ତେବେ ଆନ୍ଦୋଳନକାରୀମାନେ ସେମାନଙ୍କ ଦାବିରେ ମମତାଙ୍କ ଇସ୍ତଫା ବ୍ୟତୀତ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବାକୁ ମଧ୍ୟ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ