Monday, September 21, 2026
24 C
Odisha

    ୟୁପିରେ ଟଙ୍କା ପାଇଁ ବିବାହ କଲେ ଭାଇ-ଭଉଣୀ

    ଆଗକୁ ପଢନ୍ତୁ

    ହାଥରସ: ଗଣବିବାହ ଯୋଜନା ଅଧୀନରେ ଟଙ୍କା ପାଇବା ପାଇଁ ୟୁପିର ହାଥରସରେ ଭାଇ ଏବଂ ଭଉଣୀ ପରସ୍ପରକୁ ବିବାହ କରିଛନ୍ତି | ଏହା ସହ ପୂର୍ବରୁ ବିବାହ କରିଥିବା ଦମ୍ପତି ବି ପୁଣି ଥରେ ବିବାହ କରିଥିବା ଜଣାଯାଇଛି। ଯୁପିରେ ପ୍ରତିବର୍ଷ ଗଣବିବାହର ଆୟୋଜନ କରାଯାଏ ଏବଂ ସରକାରଙ୍କ ଯୋଜନା ଅଧୀନରେ ଦମ୍ପତିଙ୍କୁ ଟଙ୍କା ମିଳେ। ଏହି ଟଙ୍କା ପାଇବା ପାଇଁ ଲୋକେ ଏଭଳି ଅଜବ କାମ କରିଥିବା ସାମ୍ନାକୁ ଆସିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ଏହି ଠକେଇର ଖୁଲାସା ହୋଇଥିଲା, ଏହା ପରେ ସ୍ଥାନୀୟ ଏସଡିଏମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।ମିଳିଥିବା ସୂଚନା ମୁତାବକ, ଗଣବିବାହ କଲେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧୀନରେ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ୩୫,୦୦୦ ଟଙ୍କା ପଠାଯିବା ସହ ବିବାହ ପାଇଁ ୬,୦୦୦ ଟଙ୍କାର ଖର୍ଚ୍ଚ ଦିଆଯିବା ବ୍ୟତୀତ ଦମ୍ପତିଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ୧୦,୦୦୦ ଟଙ୍କା ଦିଆଯାଇଥାଏ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଭିଯୋଗକାରୀମାନେ ଅଭିଯୋଗ କରିଛନ୍ତି ଯେ ଜଣେ ମ୍ୟୁନିସିପାଲିଟି କର୍ମଚାରୀ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧୀନରେ ଟଙ୍କା ହାତେଇବା ପାଇଁ ଏଭଳି ନକଲି ଗଣବିବାହର ଆୟୋଜନ କରିଥିଲେ। ସିକନ୍ଦରାରାଓର ଜଣେ ଦମ୍ପତ୍ତି ପୁଣି ଥରେ ବିବାହ କରିଥିବା ବେଳେ ଭାଇ-ଭଉଣୀ ମଧ୍ୟ ଟଙ୍କା ପାଇଁ ପରସ୍ପରକୁ ବିବାହ କରିଥିବା ନେଇ ଅଭିଯୋଗ ହୋଇଛି।

    ଏନେଇ ଅଭିଯୋଗ ହେବାରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସଡିଏମ ବେଦ ସିଂ ଚୌହାନ ଉପଯୁକ୍ତ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    0.9kmh
    97 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ