Friday, November 14, 2025
21.9 C
Odisha

    ତପ୍ତପାଣି ଘାଟିରେ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୭ ଆହାତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଗଂଜାମ ଜିଲ୍ଲା ତପ୍ତପାଣି ଘାଟିରେ ବରଯାତ୍ରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ବ୍ରହ୍ମପୁର ଅଞ୍ଚଳରୁ ଲୋକମାନେ ଏକ ଯାତ୍ରୀବାହୀ ବସ୍‌ ‘ଗୁପ୍ତେଶ୍ବର’ରେ ଚାନ୍ଦିପୁଟ୍‌କୁ ଯାଇଥିଲେ। କାର୍ଯ୍ୟକ୍ରମ ସାରି ଅପରାହ୍‌ଣରେ ପୁଣି ସମସ୍ତେ ବ୍ରହ୍ମପୁର ଅଭିମୁଖେ ଫେରୁଥିଲେ। କିନ୍ତୁ ବସ୍‌(ଓଡି୦୨ଏସ୍‌-୮୩୯୬)ଟି ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇଥିଲା। ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ର ଏକ ବଡ଼ ପଥରକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକଙ୍କର ସହାୟତାରେ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    43 %
    1.7kmh
    0 %
    Fri
    25 °
    Sat
    25 °
    Sun
    25 °
    Mon
    26 °
    Tue
    26 °

    ସମ୍ବନ୍ଧିତ