Sunday, October 18, 2026
21.7 C
Odisha

    ତପ୍ତପାଣି ଘାଟିରେ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୭ ଆହାତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଗଂଜାମ ଜିଲ୍ଲା ତପ୍ତପାଣି ଘାଟିରେ ବରଯାତ୍ରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ବ୍ରହ୍ମପୁର ଅଞ୍ଚଳରୁ ଲୋକମାନେ ଏକ ଯାତ୍ରୀବାହୀ ବସ୍‌ ‘ଗୁପ୍ତେଶ୍ବର’ରେ ଚାନ୍ଦିପୁଟ୍‌କୁ ଯାଇଥିଲେ। କାର୍ଯ୍ୟକ୍ରମ ସାରି ଅପରାହ୍‌ଣରେ ପୁଣି ସମସ୍ତେ ବ୍ରହ୍ମପୁର ଅଭିମୁଖେ ଫେରୁଥିଲେ। କିନ୍ତୁ ବସ୍‌(ଓଡି୦୨ଏସ୍‌-୮୩୯୬)ଟି ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇଥିଲା। ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ର ଏକ ବଡ଼ ପଥରକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକଙ୍କର ସହାୟତାରେ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    92 %
    1.3kmh
    100 %
    Sat
    22 °
    Sun
    31 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ