Monday, May 6, 2024
29.8 C
Odisha

    କାଲି ବିଜେପିରେ ମିଶିବେ ଧାମନଗର ପୂର୍ବତନ ବିଧାୟକ ରାଜୁ ଦାସ ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

    ଆଗକୁ ପଢନ୍ତୁ

    ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ନେତାଙ୍କ ଦଳବଦଳ ପ୍ରକ୍ରିୟା ସେତିକି ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ଆସନ୍ତାକାଲି ପଦ୍ମ ଧରିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ । ଗତ ଅକ୍ଟୋବର ମାସରୁ ଦଳର ସଭାପତି ଓ ସଂଗଠନ ସମ୍ପାଦକଙ୍କୁୁ ଇ-ମେଲରେ ଇସ୍ତଫାପତ୍ର ପଠାଇଥିଲେ ପ୍ରେମାନନ୍ଦ ନାୟକ । ହେଲେ କେହି ତାଙ୍କ ସହ ଆଲୋଚନା ନକରିବାରୁ ବିଧାନସଭା ବଜେଟ ଅଧିବେଶନ ସମୟରେ ଦେଇଥିଲେ ଇସ୍ତଫା ।
    ସେହିପରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ପ୍ରେମାନନ୍ଦ ନାୟକ । ୨୦୧୯ରେ ବିଜେପି ଟିକେଟରେ ପ୍ରେମାନନ୍ଦଙ୍କ ବିରୋଧରେ ଲଢ଼ି ହାରିଥିଲେ ଧନୁର୍ଜୟ ସିଦ୍ଧୁ । ହେଲେ ପରେ ତାଙ୍କୁ ବିଜେଡିରେ ମିଶାଯାଇଥିଲା । ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରେମାନନ୍ଦ । ସେହିପରି ଧାନନଗର ଉପନିର୍ବାଚନ ସମୟରେ ବିଜେଡି ଟିକେଟ ଦାବିଦାର ଥିଲେ ରାଜୁ ଦାସ । ହେଲେ ତାଙ୍କୁ ଅଣଦେଖା କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏହାକୁ ନେଇ ଅସନ୍ତୁୁଷ୍ଟ ଥିଲେ ରାଜୁ ଦାସ । ତେଣୁ ଆସନ୍ତାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିବାକୁ ନିଷ୍ପତି କରିଛନ୍ତି ଧାମନଗରର ପୂର୍ବତନ ବିଧାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.8 ° C
    29.8 °
    29.8 °
    38 %
    1.4kmh
    14 %
    Mon
    42 °
    Tue
    41 °
    Wed
    40 °
    Thu
    40 °
    Fri
    40 °

    ସମ୍ବନ୍ଧିତ