Monday, May 20, 2024
31 C
Odisha

    ସିଏଏକୁ ନେଇ ଶାହାଙ୍କ ବଡ ବୟାନ । କହିଲେ, କଦାପି ପ୍ରତ୍ୟାହାର ହେବନି ନାଗରିକତା ସଂଶୋଧନ ଆଇନ୍

    ଆଗକୁ ପଢନ୍ତୁ

    ନାଗରିକତା ସଂଶୋଧନ ଆଇନ୍ (ସିଏଏ) ସାରା ଦେଶରେ ଲାଗୁ ହୋଇସାରିଛି । ହେଲେ ବିରୋଧୀ କିନ୍ତୁ ଏହାକୁ ନେଇ ସ୍ୱର ଉଠାଇବା ଜାରି ରଖିଛନ୍ତି । ଆଉ ଏହାରି ଭିତରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, କୌଣସି ବି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ । ବିରୋଧୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି, ସିଏଏ ଜରିଆରେ ନୂଆ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବିରୋଧୀ । ଏହା ହିଁ ତାଙ୍କର ଇତିହାସ । ହେଲେ ବିଜେପି, ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ସବୁ ଗ୍ୟାରେଣ୍ଟି ପୂରା ହେଇଛି ଆଉ ଆଗକୁ ହେବ ବୋଲି ଶାହା କହିଛନ୍ତି । ଖବର ସରବରାହ ସଂସ୍ଥା ଏଏନଆଇକୁ ଇଣ୍ଟରଭ୍ୟୁ ଦେଇ ଶାହା କହିଛନ୍ତି, ବିରୋଧୀଙ୍କ ପାଖରେ ଦ୍ୱିତୀୟ କିଛି କାମ ନାହିଁ । ସେମାନେ କହୁଥିଲେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାରଷ୍ଟ୍ରାଇକ୍ ରାଜନୈତିକ ଲାଭ ପାଇଁ କରାଯାଇଛି । ହେଲେ ଆତଙ୍କବାଦ ବିରୋଧରେ ଆକ୍ସନ ନେବା ଉଚିତ୍ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଶାହା । ସେହିଭଳି ଧାରା ୩୭୦ ଉଚ୍ଛେଦ କଥା ଉଠାଇ ମଧ୍ୟ ବିରୋଧୀଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ବର୍ଷିଛନ୍ତି । ଶାହା କହିଛନ୍ତି, ୧୯୫୦ରୁ ଆମେ କହୁଥିଲୁ, ଧାରା ୩୭୦ ହଟେଇବୁ । ସେମାନେ ଯାହା କୁହନ୍ତି, ତାହା କରନ୍ତିନି । ହେଲେ ଆମେ ଯାହା କହୁ, ସେୟା କରୁ ।

    ଅନ୍ୟପଟେ ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବୟାନକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶାହା । ସେ କହିଛନ୍ତି ଯେ, ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ବିଜେପି ପଶ୍ଚିମବଙ୍ଗରେ ମଧ୍ୟ ସରକାରକୁ ଆସିବ । ସେଠାରେ ମଧ୍ୟ ଅନୁପ୍ରବେଶକୁ ରୋକାଯିବ । ରାଷ୍ଟ୍ରୀୟ ସୁରକ୍ଷା ଭଳି ପ୍ରସଙ୍ଗରେ ତୁଷ୍ଟୀକରଣ ରାଜନୀତି କରିବା ଠିକ୍ ନୁହେଁ ବୋଲି ଶାହା କହିଛନ୍ତି । ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ବିରୋଧ କରୁଥିବା ଲୋକଙ୍କୁ ଦେଶବାସୀ ସାଥ୍ ଦେବେନି ବୋଲି ଶାହା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    55 %
    0.4kmh
    0 %
    Mon
    40 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ