ସିବିଆଇ ହାତରେ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ କ୍ଲିନଚିଟ୍ ଦେଇଥିବା ବ୍ୟକ୍ତି, ସହୋଯୋଗ କରିଥିଲେ SI

ସିବିଆଇ ହାତରେ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ କ୍ଲିନଚିଟ୍ ଦେଇଥିବା ବ୍ୟକ୍ତି, ସହୋଯୋଗ କରିଥିଲେ SI
ସିବିଆଇ ହାତରେ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ କ୍ଲିନଚିଟ୍ ଦେଇଥିବା ବ୍ୟକ୍ତି, ସହୋଯୋଗ କରିଥିଲେ SI

ମୁମ୍ବାଇ ୨।୯: କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଲାଗି କ୍ଲିନଚିଟ୍ ତିଆରି ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି। ଏହା ଛଡା ମାମଲାରେ ଦେଶମୁଖଙ୍କ ଜ୍ୱାଇଁ ଗୌରବ ଚତୁର୍ବେଦୀ ମଧ୍ୟ ଗିରଫ ହୋଇଛନ୍ତି। ସାରା ଦେଶରେ ସିବିଆଇ ଚଳାଇଥିବା ଚଢଉରେ ଏହି ଗିରଫଦାରୀ ହୋଇଛି। ଏଥିରେ ଚତୁର୍ବେଦୀଙ୍କ ଓକିଲ ଆନନ୍ଦ ଡାଗା ମଧ୍ୟ ଗିରଫ ହୋଇଛନ୍ତି।

ଗିରଫଦାରୀ ପରେ ସେମାନଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଏଥିରେ ସିବିଆଇଙ୍କ ଜଣେ ଏସଆଇ ଅଭିଷେକ ତ୍ରିପାଠୀଙ୍କ ସମ୍ପୃକ୍ତି ପ୍ରଥମ ଥର ସାମ୍ନାକୁ ଆସିଛି। ସିବିଆଇ ତାଙ୍କ ସବଇନସପେକ୍ଟର ତିୱାରୀ ସମେତ ଓକିଲ ଡାଗା ଓ ଅନ୍ୟମାନଙ୍କ ବିରୋଧରେ ଭ୍ରଷ୍ଟାଚାର ନିବାରଣ ଆଇନରେ ମୋକଦ୍ଦମା ରୁଜୁ କରିଛନ୍ତି। ଗତ ସପ୍ତାହରେ ଗଣମାଧ୍ୟମରେ ଏକ ରିପୋର୍ଟ ହଟଚମଟ ସୃଷ୍ଟି କରିଥିଲା। ଏଥିରେ ବମ୍ବେ ହାଇକୋର୍ଟ ଦେଶମୁଖଙ୍କ ବିରୋଧରେ ଦେଇଥିବା ପ୍ରାଥମିକ ଯାଞ୍ଚରେ ତାଙ୍କୁ କ୍ଲିନଚିଟ୍‌ ଦେଇଥିବାର ସୂଚିତ କରାଯାଇଥିଲା।

 

ଏହାକୁ ନେଇ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଏନସିପି ଓ କଂଗ୍ରେସ ରିପୋର୍ଟର ପ୍ରାମାଣିକତା ନେଇ ସିବିଆଇକୁ ସ୍ପଷ୍ଟିକରଣ ଦେବା ଦରକାର ବୋଲି କହିଥିଲେ। ରାଜ୍ୟ କଂଗ୍ରେସ ମୁଖପାତ୍ର ସଚ୍ଚିନ ସାୱନ୍ତ ଏହା ଏକ ଗୁରୁତର ମାମଲା ବୋଲି କହିଥିଲେ। ତେବେ ଏହି କ୍ଲିନଚିଟ୍‌ ପ୍ରସ୍ତୁତିରେ ସିବିଆଇ ସବଇନିସପେକ୍ଟରଙ୍କ ହାତ ଥିବା ଜଣାପଡିଛି। କୋର୍ଟ ନୁହେଁ ହାତରେ ଏହାକୁ ପ୍ରସ୍ତୁତ କରାଯାଇଥିବା ଏହି ଗିରଫଦାରୀ ପରେ ସ୍ପଷ୍ଟ ହୋଇଯାଇଛି। ତେବେ ଏହାକୁ ନେଇ ଉପୁଜିଥିବା ରାଜନୈତିକ ବିବାଦ ଏବେବି ଥମିନି।