Sunday, September 13, 2026
23.5 C
Odisha

    ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ, ଚଳିତବର୍ଷ ପାସ୍ ହାର ୯୩.୬୦ ପ୍ରତିଶତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ମୋଟ ପାସ୍ ହାର ୯୩.୬୦ ପ୍ରତିଶତ ରହିଛି। ଆଜି ପ୍ରକାଶ ପାଇଥିବା ସିବିଏସଇ ଦ୍ବାଦଶରେ ପୁଅଙ୍କ ଅପେକ୍ଷା ଝିଅ ମାନେ ଆଗରେ ଥିବା ବେଳେ ଦଶମରେ ମଧ୍ୟ ସମାନ ସ୍ଥିତି ରହିଛି। CBSE ଦଶମ ଶ୍ରେଣୀ ପରୀକ୍ଷା ଫଳରେ ଝିଅଙ୍କ ପାସହାର ୯୪.୭୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୯୨.୭୧ ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ । ଏଥିସହ UMANG ଆପ୍, digilocker.gov.in ଏବଂ SMS ସୁବିଧା ମାଧ୍ୟମରେରେ ମଧ୍ୟ ରେଜଲ୍ଟ ‌ଉପଲ୍ଲବ୍ଧ ହୋଇଛି। ସୂଚନାଯୋଗ୍ୟ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପୂର୍ବରୁ ଆଜି ସକାଳୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି। ଦ୍ବାଦଶରେ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି ।ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ଚଳିତବର୍ଷ ୧୬ ଲକ୍ଷ ୩୩ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୬ ଲକ୍ଷ ୨୨ ହଜାର ୨୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    97 %
    1.4kmh
    100 %
    Sat
    24 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ