Tuesday, May 14, 2024
33.4 C
Odisha

    ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ” ଅଭ୍ୟାସଗତ ଆଚରଣବିଧି ଉଲଘଂନକାରୀ : ସମୀର ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୮/୦୪: ବିଜେଡି ନେତା ଭୈରବ ପାଣ୍ଡିଆନ ଗତକାଲି ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭିନ୍ନିଲ କ୍ରିଷ୍ଣା ଉପସ୍ଥିତ ଥିଲେ । ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଆହୁରି ଅନେକ ଅଧିକାରୀ ମଧ୍ୟ ସେଠାରେ ଥିବାର ଦେଖିବାକୁ ମିଳିଥିଲା । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ବେଳେ ବିଜେଡିର ଜଣେ ରାଜନୈତିକ ନେତାଙ୍କ ପାଖରେ ସରକାରୀ ଅଧିକାରୀ ରହିପାରିବେ କି? ଭିକେ ପାଣ୍ଡିଆନ କୌଣସି ନିର୍ବାଚିତ ଜନପ୍ରତିନିଧି ନୁହନ୍ତି । ତାଙ୍କ ଗସ୍ତ ବେଳେ କାହିଁକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ରହିଥିଲେ? ପ୍ରଶାସନିକ ଅଧିକାରୀ ଭିନ୍ନିଲ କ୍ରୀଷ୍ଣା ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଭିନ୍ନିଲ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବହିଷ୍କାର କରିବା ପାଇଁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜାତୀୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସ୍ୱଗତଃ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଭଳି ଆଚରଣ କରୁଥିଲା ଯେମିତି ଆଜି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କାର୍ଯ୍ୟାଳୟ କରୁଛି । ସମାନ ଆଚରଣ ବିଧି ଉଲଘଂନ ପାଇଁ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ଦିନେ ଅସିଦ୍ଧ ହୋଇଥିଲା । ଯାହା ପରବର୍ତୀ ସମୟରେ ଦେଶକୁ ଜରୁରୀକାଳିନ ପରିସ୍ଥିତିର କଳାଦିନ ଦେଖାଇଥିଲା । ସେହି ଘଟଣାର ପୁନରାବୃତି ଓଡ଼ିଶାରେ ଏବେ ଦେଖିବାକୁ ମିଳୁଛି । କିଛି ମୁଷ୍ଟିମେୟ ଅଣଓଡ଼ିଆ ଅଧିକାରୀମାନେ ଆଦର୍ଶ ଆଚରଣ ବିଧିର ଉଲଘଂନ କରି ମୁଖ୍ୟମନ୍ତ୍ରୀଙ୍କ ଅଫିସରକୁ ଉଲଗ୍ନ ଭାବରେ ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସ ଅଭ୍ୟାସରତ ଭାବରେ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । କେଉଁଠି ନା କେଉଁଠି ନବୀନଙ୍କ ମନରେ ଡର ପସିଛି । ନିର୍ବାଚନ ପରାଜୟ ଆଶଙ୍କାରେ ମୁଖ୍ୟମନ୍ତ୍ରୀ ବାରମ୍ବାର ରାଜନୈତିକ କାମରେ ତାଙ୍କ ଦପ୍ତରକୁ ବ୍ୟବହାର କରୁଛନ୍ତି ।
    ଜଣେ ଅଣଓଡ଼ିଆ ମୁଷ୍ଟିମେୟ ଅଧିକାରୀ ବିଗତ ଦିନରେ ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରି ନିଜକୁ ପ୍ରତିଷ୍ଠା କରିବା ପାଇଁ ମନ୍ଦ ଉପାୟ ଆଚରଣ ଆପଣାଇଛନ୍ତି । ଯାହାକୁ ସାରା ଓଡ଼ିଶାବାସୀ ଦେଖିଛନ୍ତି । ବିଜୁ ଜନତା ଦଳ ନିଜର ରାଜନୈତିକ ପ୍ରଚାର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଭିକାରି ସଜାଇବାରେ ମଧ୍ୟ ପଛାଇନଥିଲା । ଅର୍ପଣ ରଥ ନାରେ ଜଗନ୍ନାଥଙ୍କୁ ଅସମ୍ମାନିତ କରିଥିଲା । ଓଡ଼ିଶାର ଲୋକ ଏଥର ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33.4 ° C
    33.4 °
    33.4 °
    35 %
    1.9kmh
    58 %
    Tue
    33 °
    Wed
    40 °
    Thu
    41 °
    Fri
    43 °
    Sat
    41 °

    ସମ୍ବନ୍ଧିତ