Monday, September 28, 2026
24.7 C
Odisha

    ଗୁମାସ୍ତାଙ୍କ ବାଚଳାମି ବିଜେଡିର ପରାଜୟକୁ ଇଙ୍ଗିତ କରୁଛି: ସମୀର ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୮/୦୫: ସଠିକ୍ ଖବର ନରଖି ନିର୍ବାଚନ ପ୍ରଚାର କରିବା ମୁର୍ଖାମୀ । ବିଜେଡି ଦଳକୁ ଜିତାଇବା ପାଇଁ ନିଜର ହିତାହିତ ଜ୍ଞାନ ହରାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ବିଜେଡିର ଷ୍ଟାର କ୍ୟାମ୍ପନର ଲିଷ୍ଟର ୨ନମ୍ବର ସ୍ଥାନରେ ଅଛନ୍ତି । ଏହି ଗୁମାସ୍ତା ଜଣକ ସମସ୍ତ ଆଇନ କାନୁନକୁ ଦଳିଚକଟି ବିଜେଡିର ପ୍ରଚାର କରୁଛନ୍ତି । ହାରିବା ଭୟ ଏତେ ଘାରିଛି ଯେ ଉଚିତ ଓ ଅନୁଚିତ ଭିତରେ ଫରକ ଜାଣିପାରୁନାହାନ୍ତି । ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଦଳୀୟ ପ୍ରଚାରରେ ଲଗାଇବା ସହ ସରକାରୀ କଳ, ବଳର ଅପବ୍ୟବହାର କରୁଛନ୍ତି । ବିଜେଡି ଗତ ୨୫ବର୍ଷ ଧରି ଏଭଳି ମିଥ୍ୟା ପ୍ରରୋଚନା ଦେଖାଇ ଓଡ଼ିଶାକୁ ଭ୍ରମିତ କରିଥିଲା କିନ୍ତୁ ଏଥର ଓଡ଼ିଆ ଲୋକ ଜାଗ୍ରତ ହୋଇଛନ୍ତି, ଯାହାକୁ ବିଜେଡିର ଗୁମାସ୍ତା ସହ୍ୟ ନକରିପାରି ବାଉଳା ହୋଇ ପ୍ରଧାନମନ୍ତ୍ରୀଙ୍କୁ ମିଛୁଆ କହୁଛନ୍ତି । ଗତ ଦୁଇ ଦିନ ତଳେ ୨ କୋଟି ନିଯୁକ୍ତିର ମିଛ କଥା କହି ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିବା ଏବଂ ପରବର୍ତୀ ସମୟରେ ଏହାର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରିବା ଦ୍ୱାରା ପାଣ୍ଡିଆନ ଆରପି ଆକ୍ଟ-୧୯୫୧ ଓ ଆଇଟି ଆକ୍ଟ-୨୦୦୦ କୁ ଅବମାନନା କରିବା ସହିତ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରିଛନ୍ତି । ଗତ ମେ ୬ ତାରିଖ ଦିନ ଜାତୀୟ ନିର୍ବାଚନ କମିଶନଙ୍କ ନିଦ୍ଦେର୍ଶାନୁଯାୟୀ ଦଣ୍ଡନୀୟ ଅପରାଧ । ମିଛ କହିବା, ପ୍ରଧାନମନ୍ତ୍ରୀଙ୍କ ପାର୍ଲାମେଂଟ ଭାଷଣକୁ ସମ୍ପୂର୍ଣ୍ଣଭାବେ ନଜାଣି ୨କୋଟି ଚାକିରି ଦେବା କଥା କହିଥିଲେ ତାହା ୟୁଟୁବରେ ବହୁଳଭାବରେ ପ୍ରଚାର ପ୍ରସାର ହୋଇଛି । ପ୍ରଧାନମନ୍ତ୍ରୀ ଯାହା କହିଥିଲେ ତାହାର ଭିଡିଓ ଅଛି । କିନ୍ତୁ ତାହାକୁ ନଶୁଣି ଗୁମାସ୍ତା ଜଣକ ୨କୋଟି ଚାକିରି ଦେବା କଥା ସେ କେଉଁଠୁ ଆଣିଲେ ତାହାର ଉତର ପ୍ରଥମେ ଦିଅନ୍ତୁ? ଏହାଦ୍ୱାରା ପ୍ରଧାମନ୍ତ୍ରୀଙ୍କ ସମ୍ମାନ ନଷ୍ଟ ହୋଇଛି । ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଗୁମାସ୍ତାଙ୍କ ଏଭଳି ଭୁଲ୍ ପାଇଁ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ତଥ୍ୟ ପ୍ରମାଣ ସହ ଦୃଷ୍ଟି ଗୋଚର କରିଛି ବିଜେପି ପ୍ରତିନିଧିମଣ୍ଡଳୀ ।
    ସେହିପରି ବଲାଙ୍ଗିର ଜିଲ୍ଲା ସାଲେପାଲି ବ୍ଳକ ପ୍ରୁଲାମାଲ ଗାଁର ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀଠାରୁ ୮କିମି ଦୂର ବୁଥ ରହିଛି । ଫଳରେ ସାଧାରଣ ଲୋକ ଭୋଟ ଦେବାକୁ ଯିବାକୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଦିନ ୮ଟା ବେଳକୁ ଲୋକେ ଖରାରେ ବାହାରକୁ ବାହାରିପାରୁନଥିବାବେଳେ ୮କିମି କିଭଳି ଯିବେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତୁରନ୍ତ ଏହି ବୁଥକୁ ୨କିମି ପାଖକୁ ଆଣିବାକୁ ବିଜେପି ପ୍ରଦିନିଧିମଣ୍ଡଳୀ ଦାବି କରିଛନ୍ତି ।
    ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନର ସୁପରଭାଇଜର ନିରାକର ସାହୁ ସରକାରୀ ଚାକିରୀରେ ଥାଇ ବିଜେଡି ଦଳ ପାଇଁ ପ୍ରଚାର କରୁଛନ୍ତି । ଶ୍ରୀ ସାହୁ ୨ଟି ଶଙ୍ଖ ଧରି ଜନତାଙ୍କୁ କହୁଛନ୍ତି ଯେ, ବିଜେଡିକୁ ଭୋଟ ଦେବା ପାଇଁ । ଶ୍ରୀ ସାହୁଙ୍କୁ କାର୍ଯ୍ୟରୁ ଯଥାଶୀଘ୍ର ନିଲମ୍ବନ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ବରିଷ୍ଠ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର, ଶ୍ରୀମତୀ ସଂଗିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ