Monday, October 19, 2026
23.2 C
Odisha

    ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୮/୦୫: ଦୁର୍ନୀତି ଓ ଭ୍ରଷ୍ଟାଚରର ଗନ୍ତାଘର ସାଜିଛି ବିଜେଡି । ୨୫ ବର୍ଷର ବିଜେଡି ସରକାରର ନିମ୍ନ ମାନର ସେବା କାରଣରୁ ଓଡିଶାବାସୀ ହନ୍ତସନ୍ତ । ପକ୍କାଘର, ପିଇବା ପାଣି, ବିଜୁଳି ଆଦି ମୈାଳିକ ସେବା ଯୋଗାଇବାରେ ବି ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ । ୨୫ ବର୍ଷ ହେଲା ବିଜେଡି ଶାସନ କରିବା ସତ୍ୱେ ଓଡିଶାରେ ଦାରିଦ୍ର‌୍ୟ ଜାରୀ ରହିଛି । ଅଣଓଡିଆ ଲୋକମାନଙ୍କର ଆଧିପତ୍ୟ ଆଉ ପ୍ରଭାବ ବିସ୍ତାର ହୋଇଛି ଓଡ଼ିଶାରେ । ଏଥିଲାଗି ଓଡ଼ିଶାର ଲୋକ ପରିବର୍ତନ ଚାହୁଁଛନ୍ତି । ରାଜ୍ୟରେ ବର୍ତମାନ ନିଷ୍କ୍ରିୟ ଶାସନ ବ୍ୟବସ୍ଥା । ମହାମାରୀ କରୋନା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ମିଳୁନାହିଁ, ସଚିବାଳୟ ଯିବା ଆସିବା ବନ୍ଦ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବୁଲାବୁଲି କରିବାର ବି ଦେଖା ଯାଉନାହାନ୍ତି । ବିଜେଡିର ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ମଂଚ ସଜାଡିବା, ଟେଂଟ ବାନ୍ଧିବା ଓ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟରେ ବ୍ୟବହାର କରାଯାଉଛି । ବିଜେଡିର ଅନେକ ସ୍ୱାଭୀମାନି ନେତାମାନେ ଆତ୍ମସମ୍ମାନ ପାଇଁ ପ୍ରତ୍ୟେକ ଦିନ ବିଜେପିରେ ଯୋଗଦାନ କରୁଛନ୍ତି । ଶାସନ ବ୍ୟବସ୍ଥାକୁ ଆଉଟସୋର୍ସିଂ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଗୁମାସ୍ତା ହିଁ ସରକାର ଚଳାଉଛନ୍ତି । ଆପଣମାନଙ୍କ ଯୋଗଦାନ ବିଜେପିକୁ ଶକ୍ତି ଯୋଗାଇବ । ଜୁନ ୪ତାରିଖ ଦିନ ଜିତିବାର ଆନନ୍ଦକୁ ଆମେ ଅନୁଭବ କରିବା । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିଛନ୍ତି ଓ ଆଗାମୀ ଦିନରେ କରିବେ । ଓଡ଼ିଶାର ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବ । ସେହି ଓଡ଼ିଆ ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ସମସ୍ୟା ସମାଧାନ କରିପାରୁଥିବେ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ଦାସଙ୍କ ସମେତ ସାମନ୍ତରାପୁର ସମବାୟସମିତି ସଭାପତି ବିଦ୍ୟାଧର କର୍ଣ୍ଣ, ରାଉତପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ରବୀନ୍ଦ୍ର ସାହୁ, ପୂର୍ବତନ ପିଏସ୍ ସଦସ୍ୟ ଦିଲୀପ ସାହୁ, ବିଚିତ୍ର ବିଶ୍ୱାଳ, ସମବାୟସମିତି ସଦସ୍ୟ ସୁକାଶ ସାମଲ, ବିଜେଡି ନେତା ପ୍ରଶାନ୍ତ କୁମାର ପାଢ଼ୀ, ଅର୍ଥଙ୍ଗା ଗ୍ରାମ ପଂଚାୟତ ନିତ୍ୟାନନ୍ଦ ଦଳାଇ, ରମେଶ ଚନ୍ଦ୍ର ଦାସ, ଏସ୍‌ସି ସେଲ୍ ନେତା ଶରତ ମଲ୍ଲିକ, ବିଜେଡି ନେତା ତ୍ରିଲୋଚନ ମଲ୍ଲିକ ଓ ଶ୍ରମିକ ନେତା ଆଶୁତୋଷ ପରିଡା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।
    ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ଯାଜପୁର ଲୋକସଭା କ୍ଷେତ୍ରର ସଂସଦୀୟ ପ୍ରାର୍ଥୀ ଡ.ରବି ନାରାୟଣ ବେହେରା, ବରୀ ବିଧାୟକ ପ୍ରାର୍ଥୀ ଉମେଶ ଜେନା, ଯାଜପୁର ଜିଲ୍ଲାର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ଆଶୁତୋଷ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ