Wednesday, October 7, 2026
22.5 C
Odisha

    ‘ଚିରା ଓଏମ୍‌ଆର୍‌ ସିଟ୍‌’ ଆବେଦନ ଖାରଜ: ଅଭିଯୋଗରେ ସତ୍ୟତା ନାହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚିରା ଓଏମ୍‌ଆର ଉତ୍ତରଖାତା ସମ୍ପର୍କରେ ନିଟ୍ ପରୀକ୍ଷାର୍ଥୀ ଆୟୁଷୀ ପଟେଲଙ୍କ ଦାବିରେ ଅସଙ୍ଗତି ଥିବା ଓ ତାଙ୍କ ପ୍ରଦତ୍ତ ଦସ୍ତାବିଜ ନକଲି ଥିବା ଜଣାପଡ଼ିବା ପରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ପଟେଲ ଅଭିଯୋଗ କରିଛନ୍ତି ଯେ ଚିରି ଯାଇଥିବା ଓଏମ୍‌ଆର ସିଟ୍ କାରଣରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ତାଙ୍କର ଫଳାଫଳ ଘୋଷଣା କରିବାରେ ବିଫଳ ହୋଇଛି। ସେ ଯେତିକି ଉତ୍ତର ଦେଇଛନ୍ତି ସେହି ଅନୁସାରେ ସେ ୭୧୫ ମାର୍କ ପାଇବା କଥା। କିନ୍ତୁ ସେ ମାତ୍ର ୩୩୫ ମାର୍କ ପାଇଛନ୍ତି। ୨୦୨୪ ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଆୟୁଷୀ ଏହି ଦାବି କରିଛନ୍ତି। ସେ ତାଙ୍କ ପିଟିସନରେ ତାଙ୍କ ଓଏମ୍‌ଆର ସିଟ୍‌ର ମାନୁଆଲ୍ ମୂଲ୍ୟାୟନ, ଏନ୍‌ଟିଏ ବିରୋଧରେ ତଦନ୍ତ ଏବଂ ଚାଲିଥିବା ନାମଲେଖା କାଉନସେଲିଂ ବନ୍ଦ କରିବାକୁ ଦାବି କରିଛନ୍ତି।
    ତେବେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏନ୍‌ଟିଏ ମୂଳ ଓଏମ୍‌ଆର ସିଟ୍ ଉପସ୍ଥାପନ କରିଥିଲା, ଯେଉଁଥିରେ କୌଣସି ଚିରାଫଟା ନ ଥିଲା। କୋର୍ଟ ଆୟୁଷୀଙ୍କ ପ୍ରଦତ୍ତ କାଗଜପତ୍ରକୁ ନକଲି ବୋଲି ଦର୍ଶାଇ ଆବେଦନକୁ ଖାରଜ କରିବା ସହ ଏନ୍‌ଟିଏ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାଧୀନ ବୋଲି କହିଛନ୍ତି। ଆୟୁଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଟିଏ ଅଦାଲତକୁ ନିଶ୍ଚିତ କରିଛି। ଆୟୁଷୀ ପଟେଲଙ୍କ ଭାଇରାଲ ଭିଡିଓକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେୟାର କରି ପରୀକ୍ଷା ରେଜଲ୍ଟରେ ତ୍ରୁଟି ଥିବା ଅଭିଯୋଗକୁ ସମର୍ଥନ କରିଥିଲେ। ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାହୁଲ ଗାନ୍ଧୀ ଦାବି କରିଥିଲେ। ଆୟୁଷୀ ପଟେଲଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ପ୍ରଚାର ଅଭିଯୋଗ ଆଣିଛନ୍ତି। ଷଡ଼୍‌ଯନ୍ତ୍ରପୂର୍ଣ୍ଣ ଅପପ୍ରଚାର ପାଇଁ ସେ ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ