Wednesday, October 7, 2026
22.5 C
Odisha

    ଜୁଲାଇ ୩ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ହାଜତ ମିଆଦ ବୃଦ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆଜି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହାଜତ ମିଆଦ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କୋର୍ଟରେ ଆଜି କେଜ୍ରିୱାଲଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଥିଲା। ଶୁଣାଣି ସମୟରେ ଇଡି କୋର୍ଟଙ୍କୁ କହିଥିଲା ଯେ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ୧୦୦ କୋଟି ଟଙ୍କା ଲାଞ୍ଚ ଦାବି କରିଥିବା ନେଇ ଆମ ପାଖରେ ପ୍ରମାଣ ଅଛି। ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କହିଛନ୍ତି, କୋର୍ଟ କେଜ୍ରିୱାଲ ଏବଂ ତାଙ୍କ ସହ ଅଭିଯୁକ୍ତ ମନୀଷ ସିସୋଦିଆଙ୍କ ବିରୋଧରେ ମନିଲଣ୍ଡରିଂ ଅଭିଯୋଗ ଗ୍ରହଣ କରି ସାରିଛନ୍ତି। ରାଜୁ କହିଛନ୍ତି, ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନ କୋର୍ଟ ଖାରଜ କରିଥିବାରୁ ଏହା ଜଣାପଡ଼ୁଛି ଯେ କୋର୍ଟ ଏହାକୁ ଏକ ମନିଲଣ୍ଡରିଂ ମାମଲା ଭାବେ ଗ୍ରହଣ କରି ସାରିଛନ୍ତି।
    ଇଡି କହିଛି, ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ୧୦୦ କୋଟି ଟଙ୍କା ଲାଞ୍ଚ ଦାବି କରିଛନ୍ତି। ଇଡି ଅନୁଯାୟୀ ମାମଲାରେ ବରିଷ୍ଠ ନେତାଙ୍କୁ ଗିରଫ ‌କରାଯିବା ପୂର୍ବରୁ ପ୍ରମାଣ ସଂଗ୍ରହ ସରିଥିଲା। ଉଲ୍ଲେଖଯୋଗ୍ୟ, ଆଜି କେଜ୍ରିୱାଲଙ୍କୁ ଭିଡିଓ କନଫରେନ୍ସ ଦ୍ବାରା କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ସମୟରେ କେଜ୍ରିୱାଲଙ୍କ ଓକିଲ ବିକ୍ରମ ଚୌଧୁରୀ କହିଥିଲେ ଯେ ପିଏମଏଲଏ ଅଧୀନରେ କୌଣସି ଚାର୍ଜସିଟ୍‌ରେ ଆପ୍‌ ସୁପ୍ରିମୋଙ୍କ ନାମ ନାହିଁ। ଏପରିକି ସିବିଆଇ ଦ୍ବାରା ଦାଖଲ ହୋଇଥିବା ଏତଲାରେ ମଧ୍ୟ ତାଙ୍କ ନାମ ଉଲ୍ଲେଖ ନଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ