Tuesday, September 16, 2025
29.6 C
Odisha

    ଦିଲ୍ଲୀ ପାଇଁ ଫିଟିଲା ବାଟ, କଂଗ୍ରେସ ଏବଂ ଆପ ମଧ୍ୟରେ ଆସନ ଭାଗବଂଟାକୁ ନେଇ ସହମତ

    ଆଗକୁ ପଢନ୍ତୁ

    ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଦିଲ୍ଲୀ ପାଇଁ ଆସନ ବୁଝାମଣା ଚୁଡାନ୍ତ ହୋଇଛି । ଆପ ୪ଟି ଓ କଂଗ୍ରେସ ୩ଟି ଆସନରେ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି । ଗୁରୁବାର ଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଓ ଆମ ଆଦମୀ ପାର୍ଟି ମଧ୍ୟରେ ବୈଠକ ବସିଥିଲା ଓ ବୈଠକରେ ହିଁ ଆସନ ବୁଝାମଣା ବାବଦରେ ଫଇସଲା ନିଆଯାଇଥିବା ସୂଚନା ମିଳିଛି । ତେବେ ଉଭୟ ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯାଇନି । ପୂର୍ବରୁ ପଂଜାବରେ ଆମ ଆଦମୀ ପାର୍ଟି ଏକାକୀ ଲଢ଼ିବା ନେଇ ଘୋଷଣା କରିବା ପରେ କଂଗ୍ରେସ ସହ ଆପ ସର୍ମ୍ପକକୁ ନେଇ ପ୍ରଶ୍ନ ଉଠିଥିଲା ।ତେବେ ଆପ ମୁଖ୍ୟ କେଜ୍ରିୱାଲ କହିଥିଲେ କଂଗ୍ରେସ ସହ କୌଣସି ମତଭେଦ ନାହିଁ । ଏହା ଭିତରେ ଦିଲ୍ଲୀ ପାଇଁ ଆସନ ବୁଝାମଣା କଂଗ୍ରେସ ପାଇଁ ଏକ ଆଶ୍ୱସ୍ତି ନିଶ୍ଚୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.6 ° C
    29.6 °
    29.6 °
    73 %
    1kmh
    89 %
    Tue
    29 °
    Wed
    31 °
    Thu
    30 °
    Fri
    31 °
    Sat
    32 °

    ସମ୍ବନ୍ଧିତ