Friday, February 6, 2026
16.4 C
Odisha

    ସାଧାରଣ ନିର୍ବାଚନ-୨୦୨୪: ପ୍ରାର୍ଥୀ ଘୋଷଣା କରିବାରେ ଓଡ଼ିଶାର କେଉଁ ଦଳ ଆଗରେ ଜାଣନ୍ତୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶା ସମେତ ପୂରା ଦେଶରେ ନିର୍ବାଚନୀ ମାହୋଲ ଦେଖାଯାଇଛି। ଆଉ ମାତ୍ର ୪ ଦିନ ପରେ ଅର୍ଥାତ ଅସନ୍ତା ଏପ୍ରିଲ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ଟି ଆସନରେ ଭୋଟ୍‌ ଗ୍ରହଣ କରାଯିବ। ମୋଟ୍‌ ୭ଟି ପର୍ଯ୍ୟାୟରେ ମତଗ୍ରହଣ କରାଯିବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟା‌ୟରେ ଭୋଟିଂ ହେବ। ରାଜ୍ୟରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ଦଳଗୁଡ଼ିକ ଅଧିକ ଚଳଚଞ୍ଚଳ ଦେଖାଯାଇଛନ୍ତି। ଓଡ଼ିଶାରେ ମେ’ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଅର୍ଥାତ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଗ୍ରହଣକୁ ଆଉ ମାସେ ସମୟ ନଥିବା ବେଳେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ସ୍ପଷ୍ଟ ହୋଇପାରି ନାହିଁ।
    ଶାସକ ବିଜୁ ଜନତା ଦଳ (ବିଜେଡି) ରାଜ୍ୟର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିସାରିଛି। ୧୧୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। କିନ୍ତୁ ଆହୁରି ୩୦ଟି ଆସନରେ ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇପାରି ନାହିଁ। ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ୨୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। କିନ୍ତୁ ଗେରୁଆ ଦଳ ୩୫ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ଅଛି। ସେହିପରି କଂଗ୍ରେସ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୪ଟିରେ ବାକି ରହିଛି। ଏପର୍ଯ୍ୟନ୍ତ କଂଗ୍ରେସ ୧୨୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ୨୩ଟି ଆସନରେ ବାକି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.4 ° C
    16.4 °
    16.4 °
    53 %
    1.2kmh
    0 %
    Fri
    30 °
    Sat
    31 °
    Sun
    32 °
    Mon
    32 °
    Tue
    31 °

    ସମ୍ବନ୍ଧିତ