Monday, April 21, 2025
34.7 C
Odisha

    ପୁଣି କଡ଼ଲେଉଟାଉଛି କରୋନା; ଗଲାଣି ୫ଜଣଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାହାରକୁ ବାହାରିଲେ ପୁଣି ଥରେ ମୁହଁରେ ମାସ୍କ ପିନ୍ଧିକି ଯିବା ପଢ଼ିବ। ଦେଶରେ କଡ ଲେଉଟାଇଲା କରୋନା। ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡ-୧୯ ଭୂତାଣୁ। ୨୪ ଘଣ୍ଟା ଦେଶରେ ୩୩୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଗତ ୨୪ ଘଣ୍ଟାରେ କୋଭିଡ-୧୯ରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କେରଳରୁ ୪ ଜଣ ଅଛନ୍ତି। ସମସ୍ତ ଆକ୍ରାନ୍ତ କୋଭିଡ-୧୯ ସବ୍‌ ଭାରିଆଣ୍ଟ ଜେଏନ-୧ରେ ସଂକ୍ରମିତ ଥିଲେ। ଜଣେ ଉତ୍ତରପ୍ରଦେଶର ସଂକ୍ରମିତ ଆଖି ବୁଜିଛନ୍ତି। ସେ କୋଭିଡ-୧୯ ସବ୍‌ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୮୨୮ ସକ୍ରିୟ ମାମଲା ରହିଛି। କୋଭିଡରେ ଏବେ ସୁଦ୍ଧା ମୋଟ୍‌ ୫ ଲକ୍ଷ ୩୩ ହଜାର ୩୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ହାରରେ ମୃତ୍ୟୁ ୧.୧୯ ପ୍ରତିଶତ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    36 %
    3.8kmh
    2 %
    Mon
    37 °
    Tue
    44 °
    Wed
    44 °
    Thu
    44 °
    Fri
    45 °

    ସମ୍ବନ୍ଧିତ