Friday, October 16, 2026
28.4 C
Odisha

    ଦୁଷ୍କର୍ମ ମାମଲାରେ ମାଲାୟାଲମ ଅଭିନେତା ସିଦ୍ଦିକଙ୍କୁ ଜାମିନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ପଞ୍ଜିକୃତ ହୋଇଥିବା ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ବିଶିଷ୍ଟ ମାଲାୟାଲମ ଅଭିନେତା ସିଦ୍ଦିକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ବେଲା ତ୍ରିବେଦୀ ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ସେପ୍ଟେମ୍ବର ୩୦ ତାରିଖରେ ପ୍ରଦାନ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସ୍ଥାୟୀ କରିଦେଇଛି। ସର୍ବୋଚ୍ଚ ନ୍ୟାୟାଳୟ ଜାମିନ୍‌ ପ୍ରଦାନ କରିବା ସହିତ ତଦନ୍ତରେ ସହଯୋଗ କରିବାକୁ ଏବଂ ତାଙ୍କ ପାସପୋର୍ଟକୁ ତଦନ୍ତ ଅଧିକାରୀଙ୍କ ନିକଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ଅଗଷ୍ଟରେ ଜଷ୍ଟିସ୍ କେ ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ସିଦ୍ଦିକଙ୍କ ବିରୋଧରେ ଅଭିଯୋଗ ଆସିଥିଲା।

    ରିପୋର୍ଟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟାପକ ଯୌନ ଶୋଷଣ ଏବଂ ଲିଙ୍ଗଗତ ଭେଦଭାବ ଥିବା ପ୍ରକାଶ ପାଇଥିଲା। ଶୁଣାଣି ସମୟରେ ଶୀର୍ଷ ଅଦାଲତ ଅଭିଯୋଗକାରୀଙ୍କୁ ପଚାରିଥିଲେ ଯେ ସିଦ୍ଦିକଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ କାହିଁକି ଆଠ ବର୍ଷ ଲାଗିଗଲା? କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଅଭିଯୋଗକାରୀ ଫେସବୁକରେ ୨୦୧୮ ମସିହାରେ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଯୌନ ଶୋଷଣ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ