Tuesday, May 26, 2026
35.2 C
Odisha

    ଯାଜପୁର ରେ ଚାଞ୍ଚଲ୍ୟ: ଘର ବାରିପଟୁ କଟାମୁଣ୍ଡ ଉଦ୍ଧାର

    ଆଗକୁ ପଢନ୍ତୁ

    ଯାଜପୁର: ଯାଜପୁରରେ ଚାଞ୍ଚଲ୍ୟ । ଘରପଛ ବାଡିରୁ କୁନି ପିଲାର କଟା ମୁଣ୍ଡ ଉଦ୍ଧାର । ଯାଜପୁର ରୋଡ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଘଟିଛି ଅଘଟଣ । ଶିଶୁର ପରିଚୟ ମିଳିପାରିନାହିଁ । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଜଣେ ଗ୍ରାମବାସୀଙ୍କ ବାଡିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା । ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଦେଖିଥିଲେ ଲୋକେ । ଏନେଇ ଆଜି ସକାଳେ ଯାଜପୁର ରୋଡ୍ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବଳି ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବଳି ଦେବା ପରେ ଶିଶୁର କଟା ମୁଣ୍ଡ ପକାଇ ଦେଇଥିବା ଆଶଙ୍କା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    29 %
    1.1kmh
    8 %
    Tue
    44 °
    Wed
    45 °
    Thu
    46 °
    Fri
    44 °
    Sat
    43 °

    ସମ୍ବନ୍ଧିତ