Thursday, September 24, 2026
24 C
Odisha

    ସ୍କୁଲ ଭିତରେ ନିଜ ସହପାଠୀକୁ ଛୁରୀ ଭୂଷିଲା ଆଉଜଣେ ଛାତ୍ର

    ଆଗକୁ ପଢନ୍ତୁ

    ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତ ରଘୁନାଥ ବିଦ୍ୟାଳୟରେ ଘଟିଛି ଏକ ଅଘଟଣ ନିଜ ସହପାଠୀ ଛାତ୍ରକୁ ଛୁରୀ ଭୁସିଲା ଛାତ୍ର। ଶୁକ୍ରବାର ବିଦ୍ୟାଳୟ ଖୋଲିବା ପରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିଥିଲେ। ବିଦ୍ୟାଳୟରେ ଥିବା ବେଳେ ନବମ ଶ୍ରେଣୀ ଦୁଇ ଛାତ୍ର ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ଜଣେ ଛାତ୍ର ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ଛୁରୀରେ ସହପାଠୀ ଛାତ୍ରର ଛାତିକୁ ଭୂଷି ଦେଇଥିଲା। ବିଦ୍ୟାଳୟର ଶିକ୍ଷକମାନେ ଆହତ ଛାତ୍ରକୁ ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆହତ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    4.3kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ