Friday, October 16, 2026
22.3 C
Odisha

    ଦୁବାଇରୁ ବନ୍ଧା ହେଲା ମାଷ୍ଟର ମାଇଣ୍ଡି

    ଆଗକୁ ପଢନ୍ତୁ

    ଦୁବାଇରୁ ଗିରଫ ହେଲା  ରବି ଉପ୍ପଲ। ଇଡିର ଅପିଲ ପରେ ଦୁବାଇ ପୋଲିସର ଆକ୍ସନ। ଇଡ଼ିର ନିବେଦନ ପରେ ଇଣ୍ଟରପୋଲ୍ ଦ୍ୱାରା ଜାରି ହୋଇଥିଲା ରେଡ୍ କର୍ଣ୍ଣର ନୋଟିସ। ତାକୁ ଭାରତକୁ ଆଣିବା ପାଇଁ ଆଲୋଚନା କରାଯାଉଛି। ସୂଚସୂ ନାନୁସାରେ, ରବି ଉପ୍ପଲଙ୍କୁ ଗତ ସପ୍ତାହରେ ଦୁବାଇରେ ଗିରଫ କରାଯାଇଥିଲା। ତାଙ୍କୁ ଭାରତ ପଠାଇବା ପାଇଁ ଇଡି ଅଧିକାରୀ ଦୁବାଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଭାରତରେ ଛତିଶଗଡ ଏବଂ ମୁମ୍ବାଇ ପୋଲିସ ଉପ୍ପଲ ବିରୋଧରେ ତଦନ୍ତ କରୁଛି। ଏପଟେ ଇଡି ମହାଦେବ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି। ରବି ହେଉଛି ମହାଦେବ ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକରର ସହଯୋଗୀ । ମହାଦେବ ବୁକ୍ ଆପ୍ ବେଟିଂ ପାଇଁ ଅନଲାଇନ୍ ପ୍ଲାଟଫର୍ମ ଯୋଗାଇଥାଏ| ଏହାକୁ ଭାରତରେ ବ୍ୟାନ୍ କରାଯାଇଛି। କିନ୍ତୁ ଏହା ଅନ୍ୟ ଦେଶରେ ଚାଲିଛି | ଛତିଶଗଡର ବାସିନ୍ଦା ଚନ୍ଦ୍ରକର ଏବଂ ତାଙ୍କ ସହଯୋଗୀ ରବି ଉପପାଲ ଦୁବାଇରୁ ଏହାକୁ ପରିଚାଳନା କରୁଛନ୍ତି। ଉଭୟଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା।

    ଜେରାବେଳେ ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଥିଲେ- ରବି ପ୍ରଶାନ୍ତ ମହାସାଗର ଅନ୍ତର୍ଗତ ବାନୁଆତୁ ନାମକ ଦେଶର ଏକ ପାସପୋର୍ଟ ହାସଲ କରିଛନ୍ତି । ଏହି ପାସପୋର୍ଟ ଜରିଆରେ ସେ ଅଷ୍ଟ୍ରେଲିଆରୁ ଭିସା ଲାଗି ଆବେଦନ କରିଥିଲେ । ଗତ ଫେବ୍ରୁଆରୀରେ ଦୁବାଇରେ ମହାଦେବ ଆପର ପ୍ରମୋଟର ସୌରଭ ଚନ୍ଦ୍ରକାରଙ୍କ ବିବାହ ଉତ୍ସବରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲେ । ଏହି ଉତ୍ସବରେ ବହୁ ବଲିଉଡ ଅଭିନେତା ଯୋଗଦେବା ପରେ ଇଡି ମାମଲାର ଛାନବିନ କରିଥିଲା । ସୌରଭ ଓ ରବିଙ୍କ ଘର ଛତିଶଗଡ଼ ଭିଲାଇରେ ଏବଂ ସେମାନେ ଦୁବାଇରେ ରହି କାର୍ଯ୍ୟ କରୁଥିଲେ । ଭାରତ, ଥାଇଲାଣ୍ଡ, ମାଲେସିଆ ଓ ୟୁଏଇରେ ୩୦ଟି କଲ୍ ସେଣ୍ଟର କରି ସେମାନେ ବେଟିଂ ଆପ୍ ଚଳାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ