Wednesday, September 9, 2026
24.5 C
Odisha

    କଟକକୁ ସ୍ମାର୍ଟସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କଟକ: ରାଜ୍ୟରେ ସ୍ମାର୍ଟସିଟି ସଂଖ୍ୟା ବଢ଼ିବ। ଭୁବଶ୍ବେର ଓ ରାଉରକେଲା ପରେ କଟକ ମଧ୍ୟ ସ୍ମାର୍ଟସିଟି ତାଲିକାରେ ଯୋଡ଼ି ହେବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଗସ୍ତରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନରେ କଟକ ସହର ସ୍ମାର୍ଟସିଟିରେ ପରିଣତ ହେବ। ଐତିହାସିକ କଟକକୁ ସ୍ମାର୍ଟସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। ସେହିପରି କଟକ ସହରକୁ ସ୍ମାର୍ଟ କରିବା ପାଇଁ ବହୁଦିନରୁ ଦାବି ହୋଇଆସୁଛି। ଲୋକଙ୍କର ଆଶା କରିବା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଆସିଲେ ଏନେଇ ସମୀକ୍ଷା କରିବି।

    ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିବା ପରେ ଆଜି କଟକ ଗସ୍ତ କରିଥିଲେ। କଟକର ପ୍ରତାପନଗରୀଠାରେ ପୂଜାମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ସେ ଏଠାରେ ମା’ଙ୍କୁ ପୁଷ୍ପାଞ୍ଜଳି ଦେବା ସହ ଆଳତି କରିଥିଲେ। ଏଥିସହ ଲୋକଙ୍କ ସହ ସେ ଫଟୋ ମଧ୍ୟ ଉଠାଇଥିଲେ। ଲୋକଙ୍କ ସହ କରମର୍ଦ୍ଦନ କରିଥିଲେ।

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରତାପନଗରୀ ପୂଜାକମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା। ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରେ ପାଇ ଲୋକେ ଖୁବ୍ ଖୁସି ପ୍ରକାଶ କରିଥିଲେ। ପୂଜକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    95 %
    1.5kmh
    100 %
    Wed
    25 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ