Saturday, May 30, 2026
24.7 C
Odisha

    ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରିକଲା ବିଜେପି

    ଆଗକୁ ପଢନ୍ତୁ

    ଆଗାମୀ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି ତରଫରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ତାମିଲନାଡୁ ଓ ପୁଡୁଚେରୀର ପ୍ରାର୍ଥୀଙ୍କ ନାମ ସାମିଲ ରହିଛି । ଏପ୍ରିଲ ୧୯ ତାରିଖରେ ପୁଡୁଚେରୀ ଓ ତାମିଲନାଡୁରେ ଭୋଟ ଗ୍ରହଣ ହେବ । ପୁଡୁଚେରୀ ଲୋକସଭା ପାଇଁ ବିଜେପି ନମସିବିୟମଙ୍କୁ ଟିକେଟ ଦେଇଛି । ଏହି ଆସନରୁ ଏବେ କଂଗ୍ରେସ ତରଫରୁ ବି, ବୈଥଲିଙ୍ଗମ ସାଂସଦ ରହିଛନ୍ତି । କଂଗ୍ରେସ ତରଫରୁ ପୁଣି ତାଙ୍କ ଉପରେ ଭରସା କରାଯାଇଛି । ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପି ତାମିଲନାଡୁର ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ତାମିଲନାଡୁ ବିଜେପି ମୁଖ୍ୟ ଅନ୍ନାମଲାଇଙ୍କୁ କୋଇମ୍ବାଟୁର ଲୋକସଭା ଆସନ ପାଇଁ ଟିକେଟ ଦିଆଯାଇଛି । ଏହାସହ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କୁ ଦକ୍ଷିଣ ଚେନ୍ନାଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    83 %
    3.3kmh
    100 %
    Fri
    25 °
    Sat
    41 °
    Sun
    39 °
    Mon
    40 °
    Tue
    42 °

    ସମ୍ବନ୍ଧିତ