Saturday, October 31, 2026
27.7 C
Odisha

    ପରିତ୍ୟକ୍ତ ପୋଖରୀରେ ଦୁଇ ଅଜଣା ଯୁବକଙ୍କ ମରଶରୀର, ମୁରିବାହାଲ ପୁଲିସର ତଦନ୍ତ ଆରମ୍ଭ

    ଆଗକୁ ପଢନ୍ତୁ

    ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଗୁରୁଣ୍ଡା ଓ ଭୋଇପଡ଼ା ମଝିରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ଦୁଇ ଜଣ ଅଜଣା ଯୁବକଙ୍କ ମରଶରୀର ପଡ଼ି ରହିଛି l ଦୁଇ ଜଣଙ୍କ ମୃତଦେହ ସାଙ୍ଗରେ ବାଇକ ମଧ୍ୟ ପାଣିରେ ପଡ଼ି ରହିଛି l ଏପର୍ଯ୍ୟନ୍ତ ଦୁଇ ଜଣ ଯୁବକଙ୍କ ପରିଚୟ ମିଳି ପାରି ନାହିଁ l ଗତକାଲି ସନ୍ଧ୍ୟାରେ ମୁରିବାହାଲରେ ପ୍ରବଳ ଝଡ଼ତୋଫାନ ଓ ବର୍ଷା ହୋଇଥିବାରୁ ବାଇକଟି ଭାରସାମ୍ୟ ହରାଇ ଏହି ଦୁଇ ଜଣ ଯୁବକ ପୋଖରୀରେ ପଡ଼ି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ମୁରିବାହାଲ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.7 ° C
    27.7 °
    27.7 °
    78 %
    1.2kmh
    51 %
    Sat
    28 °
    Sun
    28 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ