Sunday, July 19, 2026
30.3 C
Odisha

    ଡିସେମ୍ବର ୨୮ରେ ୧୫ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତାକାଲି (୨୦୨୩ ଡିସେମ୍ବର ୨୮) ରାଜ୍ୟର ୧୫ଟି ଜିଲ୍ଲାରେ ଘନକୁହୁଡ଼ି ହେବାର ଆଶଙ୍କା ଦେଖାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ଜିଲ୍ଲାପାଳ, ଏସ୍‌ପିମାନଙ୍କୁ ଚିଠି ଲେଖି ସତର୍କ ସୂଚନା ଦେଇଛନ୍ତି। ଏସ୍‌ଆରସି ପକ୍ଷରୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ‌କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ‌ଅନୁଭୂତ ହେବ।

    ତେବେ କୁହୁଡ଼ିଜନିତ ସମସ୍ୟାର ସମାଧାନ ପାଇଁ ପୁଲିସ ଓ ପରିବହନ ବିଭାଗକୁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଏସ୍‌ଆରସି ପକ୍ଷରୁ କୁହାଯାଇଛି। ଘନକୁହୁଡ଼ି ସମୟରେ ସଡ଼କଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥଗୁଡ଼ିକରେ ଯାନବାହନ ନିୟନ୍ତ୍ରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ବିଗତ ୪ଦିନ ହେଲା ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ପୂର୍ବ ତୁଳନାରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.3 ° C
    30.3 °
    30.3 °
    66 %
    2.3kmh
    84 %
    Sun
    30 °
    Mon
    30 °
    Tue
    24 °
    Wed
    26 °
    Thu
    29 °

    ସମ୍ବନ୍ଧିତ